କଟକ: କଟକରୁ ପୁଣି ବନ୍ଧୁକ ରାକେଟ ଠାବ, ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କେନ୍ୟୁଜ୍(ବ୍ୟୁରୋ): କଟକରୁ ପୁଣି ବନ୍ଧୁକ ରାକେଟ ଠାବ। ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଛି । ଏହାସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଡି ବ୍ରଦର୍ସ ସହାଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଡି ବ୍ରଦର୍ସ ଲିଙ୍କରେ ତାଲଚେରର ଟୁକୁନା ସ୍ୱାଇଁ ଗିରଫ ହୋଇଥିଲା ।

gun seized

ବିହାର ମୁଙ୍ଗେରରୁ ବନ୍ଧୁକ କାରବାର କରୁଥିଲା ଟୂକୁନା । ତା ନାଁରେ ରହିଛି ୧୮ଟି କେସ୍‌ । ଅଧିକ ଜେରା ପାଇଁ ଟୁକୁନାକୁ ରେମାଣ୍ଡରେ ନେଇଛି କମିଶନରେଟ ପୋଲିସ । କଟକରେ ଗତ ୩ ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.