ବିଦେଶ ଯାତ୍ରା କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର, ୨୮ ଦିନରେ ଦିଆଯିବ କୋଭିସିଲଡର ଦ୍ଵିତୀୟ ଡୋଜ୍

ବିଦେଶ ଯାତ୍ରା କରିବାକୁ ଥିବା ଛାତ୍ରଛାତ୍ରୀ, ଖେଳାଳି ଓ ଚାକିରିଆଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିଲେ ଦିଲ୍ଲୀ ସରକାର। ନୂଆଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ନବଯୁଗ ସ୍କୁଲରେ ଏହି ଟିକାକେନ୍ଦ୍ର ଖୋଲାଯାଇଛି। ବିଦେଶ ଯାତ୍ରା କରିବା ପୂର୍ବରୁ ଟିକା ନେବା ବାଧ୍ୟତାମୂଳକ ହୋଇଥିବାରୁ ଅଗ୍ରାଧିକାର ଭିତ୍ତିରେ ଏସବୁ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି କେନ୍ଦ୍ରରେ କୋଭିସିଲଡର ଦ୍ଵିତୀୟ ଡୋଜ୍ ମାତ୍ର ୨୮ ଦିନ ମଧ୍ୟରେ ନେଇପାରିବେ।

କରୋନା ସମୟରେ ଯେଉଁ ଛାତ୍ରଛାତ୍ରୀ ଓ କର୍ମଚାରୀ ଭାରତ ଆସି ନିଜ କର୍ମସ୍ଥଳୀକୁ ଫେରିପାରୁନାହାନ୍ତି ଏହି ଟିକାକରଣ ସେମାନଙ୍କୁ ଖୁବ ସାହାଯ୍ୟ କରିବ। ଏଣୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହି ଟିକା କେନ୍ଦ୍ରରେ ଲୋକମାନଙ୍କୁ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହି ସୁବିଧା ୩୧ ଅଗଷ୍ଟ ୨୦୨୧ ଭିତରେ ବିଦେଶ ଯାତ୍ରା କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଯାଉଛି। ତେବେ ଏଠାକୁ ଟିକା ନେବାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜ ଯାତ୍ରା ସମ୍ବନ୍ଧୀୟ କାଗଜପତ୍ର ଦେଖାଇବା ଅନିବାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.