Below header

ଏ ସବୁ ଲକ୍ଷଣକୁ ଭୁଲରେ ବି ଜମା କରନ୍ତୁନି ଅଣଦେଖା, ଭିଟାମିନ ଏ ଅଭାବରୁ ହୋଇପାରେ ଏହି ଗମ୍ଭୀର ରୋଗ

ମଣିଷ ଶରୀରକୁ ସବୁ ପ୍ରକାରର ଭିଟାମିନ ଓ ମିନେରାଲ୍ସର ଆବଶ୍ୟକ ହୋଇଥାଏ। ଭିଟାମିନ ରାସାୟନିକ ରୂପେ କାର୍ବନିକ ଯୌଗିକ ହୋଇଥାଏ। ସେହି ଯୌଗିକକୁ ଭିଟାମିନ କୁହାଯାଇଥାଏ, ଯାହା ଶରୀର ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାରେ ସ୍ୱୟଂ ଉତ୍ପନ୍ନ ହୋଇ ନ ଥାଏ, ବରଂ ଏହାକୁ ଭୋଜନ ରୂପେ ନେବାକୁ ପଡ଼ିଥାଏ। ବାକି ସବୁ ଭିଟାମିନ୍ସ ଭଳି ଭିଟାମିନ ଏ ମଧ୍ୟ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ।

ଶରୀରର ପ୍ରତିରକ୍ଷା ତନ୍ତ୍ରର କାର୍ଯ୍ୟରେ ସୁଧାର ଆଣିବାରେ ଭିଟାମିନ ଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯଦ୍ଦ୍ୱାରା କୌଣସି ବି ପ୍ରକାର ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ଭିଟାମିନ ଏ ଅଭାବଜନିତ ଲକ୍ଷଣ ଏବଂ ଏଥିରୁ ସୃଷ୍ଟି ହେଉଥିବା ରୋଗ ବିଷୟରେ କହିବୁ।

ଭିଟାମିନ ଏ ଅଭାବଜନିତ ଲକ୍ଷଣ

-ଓଠ ଫାଟିବା

-ଥକ୍କାପଣ ଅନୁଭବ ହେବା

-ମୂତ୍ରାଶୟରେ ସଂକ୍ରମଣ

-ଖଣ୍ଡିଆ ଖାବରା ଜଲଦି ନ ଶୁଖିବା

-ପିଲାର ଶାରୀରିକ ବିକାଶ ନ ହେବା

-ଶ୍ୱାସନଳୀର ଉପର ଏବଂ ତଳ ଅଂଶରେ ସଂକ୍ରମଣ ହେବା

-ଆଖିର ପାୱାର କମିଯିବା

ଭିଟାମିନ ଏ ଅଭାବଜନିତ ରୋଗ

-ଅନ୍ଧପଣ

-ଶ୍ୱାସ ପ୍ରାଣାଳୀରେ ସଂକ୍ରମଣ

-ଏନିମିୟା

-ଇମ୍ୟୁନିଟି ଦୁର୍ବଳ ହୋଇଯିବା

-ମୂତ୍ର ନଳୀରେ ସଂକ୍ରମଣ

କେଉଁ ଜିନିଷରୁ ମିଳିଥାଏ ଭିଟାମିନ ଏ

ଭିଟାମିନ ଏର ବିଭିନ୍ନ ସ୍ରୋତ ରହିଛି। ଏହା କଡ ଲିଭର ଅଏଲ, ଅଣ୍ଡା, ଫୋର୍ଟିଫାଇଡ ଶସ୍ୟ, ସବୁଜ ପତ୍ର ପରିବା, କମଳା ଓ ହଳଦିଆ ପରିବା, ଗାଜର ଏବଂ ଫଳରୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.