Below header

କଟକ: ସିଏମସିରୁ ଆଜି ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ୩୩

କଟକ(କେନ୍ୟୁଜ୍): ସିଏମସିରୁ ଆଜି  ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିରୁ  ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ୩୪, ହୋମ କ୍ବାରେଣ୍ଟାଇନ ସେଣ୍ଟରରେ  ୪୭ ଓ ଲୋକାଲ  କେସ ୩୩ ରହିଥିବା ସୂଚନା ଦେଇଛି ସିଏମସି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏସ୍‌ସିବି ଆଇସୋଲେସନରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ ଜଣ ପୁରୁଷ, ୩ ଜଣ ମହିଳା ଓ ୩ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ ଓ ଜଣେ ମହିଳା)। ଆଉ ଏକ ସରକାରୀ ସଂଗରୋଧରୁ ୯ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ଏକ ସଙ୍ଗରୋଧରୁ ୬ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି।


ହୋମ କ୍ବାରେଣ୍ଟାଇନ ଆକ୍ରାନ୍ତଙ୍କ ମଧ୍ୟରେ ଶାସ୍ତ୍ରୀନଗରରୁ ୭ ଜଣ, ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରୁ ୫ ଜଣ, ରାଣୀହାଟରୁ ୪ ଜଣ, ବିଦ୍ୟାଧରପୁର, ପିଲିଗ୍ରୀମ ନଗର, ଜଗତପୁର, ବଙ୍ଗାଳୀ ସାହି, ମହାନଦୀ ବିହାର, ସିଡିଏ ସେକ୍ଟର-୯, ଚୌଧୁରୀ ବଜାର, ତେଲେଙ୍ଗା ବଜାରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ କେସ  ୩୩ ଜଣଙ୍କ ମଧ୍ୟରେ ଅଛନ୍ତି  ଝାଞ୍ଜିରିମଙ୍ଗଳାରୁ ୮ ଜଣ, ଚାଉଳିଆଗଂଜ ଅପର୍ଣ୍ଣାନଗର, ତେଲେଙ୍ଗା ବଜାରରୁ ୨ ଜଣ ଲେଖାଏଁ, ବିଦ୍ୟାଧରପୁର, ଆଲମଚାନ୍ଦ ବଜାର, ତିନିଘରିଆ, ଦେଓ୍ଵାନ ବଜାର, ମଠସାହି, ନୂଆପାଟଣା, ଚାଉଳିଆଗଂଜ, ପରେଶ୍ୱର ସାହି, ଗଣ୍ଡରପୁର, ଗୌତମ ନଗର, ନିମଚଉଡି, ହରିପୁର, ମେରିଆ ବଜାର, ରାମନଗର, ଥୋରିଆସାହି, ବକ୍ସିବଜାର, ଖାନନଗର, ପୁରୀଘାଟ, କଣ୍ଟେନମେଣ୍ଟ ରୋଡ, ମଝିସାହି ଓ ନୟାସଡ଼କରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.