Below header

ହାସଟ୍ୟାଗ (#)ର ଆରମ୍ଭ ଏବଂ କିପରି ଟ୍ୱିଟରରେ ଟ୍ରେଂଡିଙ୍ଗ କରିବ ଆପଣଙ୍କ ହାସଟ୍ୟାଗ, ଜାଣନ୍ତୁ କିଛି ଟିପ୍ସ

୧୩ ବର୍ଷ ପୂର୍ବେ ଅର୍ଥାତ ୨୩ ଅଗଷ୍ଟ ୨୦୦୭ ମସିହାରେ ଟ୍ୱିଟରରେ ହାସଟ୍ୟାଗ(#)ର ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତ୍ୟେକ ଟ୍ୱିଟର ପୋଷ୍ଟ ସହିତ ହ୍ୟାସଟ୍ୟାଗ ବ୍ୟବହାର କରାଯାଇଆସୁଛି । ବର୍ତ୍ତମାନ ଦେଶ ତଥା ବିଶ୍ଵର ପ୍ରତ୍ୟେକ ଛୋଟ ଏବଂ ବଡ ଘଟଣା ପାଇଁ ଟ୍ୱିଟରରେ ଏହି ହ୍ୟାସଟ୍ୟାଗ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆପଣ ଜାଣିଥିବେ ଯେ ଟ୍ୱିଟର ଟ୍ରେଣ୍ଡିଂ ତାଲିକାରେ ସ୍ଥାନ ପାଇବା ପାଇଁ ହ୍ୟାସଟ୍ୟାଗ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ । ଯଦି ସଠିକ୍ ଶବ୍ଦରେ ହ୍ୟାସଟ୍ୟାଗ୍ ସୃଷ୍ଟି ହୁଏ, ତେବେ ଟ୍ରେଣ୍ଡ ତାଲିକାରେ ଏହା ଶୀଘ୍ର ସ୍ଥାନ ପାଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଟିପ୍ସ ଯାହା ଟ୍ୱିଟରରେ ସଠିକ୍ ହ୍ୟାସଟ୍ୟାଗ୍ ସୃଷ୍ଟି କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

କିପରି ଟ୍ୱିଟରରେ ବ୍ୟବହାର କରିବେ ହ୍ୟାସଟ୍ୟାଗ୍ ?

ଯେକୌଣସି ହ୍ୟାସଟ୍ୟାଗ୍ ସୃଷ୍ଟି କରିବାକୁ ସଠିକ୍ ଟ୍ୱିଟର ମେସେଜ୍ କିମ୍ବା # ସଙ୍କେତ ସହିତ ସଠିକ୍ କିୱାର୍ଡ ବ୍ୟବହାର କରିବାକୁ ପଡିବ । ଯେକୌଣସି ମେସେଜର ହ୍ୟାସଟ୍ୟାଗ ଉପରେ କ୍ଲିକ୍ କରନ୍ତୁ, ତା’ପରେ ସେହି ହ୍ୟାସଟ୍ୟାଗ ସହିତ ଜଡିତ ଟ୍ୱିଟ୍ ଆପଣଙ୍କ ଟାଇମଲାଇନରେ ଦେଖାଯିବା ଆରମ୍ଭ କରିବ । ଏପରି ପରିସ୍ଥିତିରେ ସଠିକ୍ ହ୍ୟାସଟ୍ୟାଗ୍ ତିଆରି କରିବା ଆବଶ୍ୟକ । କୌଣସି ବି ହ୍ୟାସଟ୍ୟାଗର ମଝିରେ ସ୍ପେସ ବ୍ୟବହାର କରିବା ଉଚିତ ନୁହେଁ ଏବଂ ହ୍ୟାସଟ୍ୟାଗ ପୂର୍ବରୁ ସର୍ବଦା ସ୍ପେସ ଦେବା ବାଧ୍ୟତାମୂଳକ ଅଟେ । ହ୍ୟାସଟ୍ୟାଗ୍ ତିଆରି କରିବାବେଳେ, କିଛି ବିଶେଷ ଚିହ୍ନ ଯେପରିକି- , ; ‘ ! ର ବ୍ୟବହାର କରାଯିବା ଉଚିତ ନୁହେଁ ।

twitter s

ଏପରି ବନାନ୍ତୁ ହ୍ୟାସଟ୍ୟାଗ

ହ୍ୟାସଟ୍ୟାଗ୍ ସଙ୍କେତ # ପୂର୍ବରୁ କୌଣସି ଶବ୍ଦ କିମ୍ବା ସଂଖ୍ୟା ବ୍ୟବହାର କରାଯିବା ଉଚିତ୍ ନୁହେଁ । ‘#’ ସିମ୍ବଲ ପୂର୍ବରୁ ସ୍ପେସ ଦେବା ଆବଶ୍ୟକ । ଯଦି ଆପଣ 123#sofun କିମ୍ବା word#sofun ହ୍ୟାସଟ୍ୟାଗ୍ ସୃଷ୍ଟି କରୁଛନ୍ତି ତାହେଲେ ଏହା ଆପଣଙ୍କ ସର୍ଚ୍ଚ ଲିଷ୍ଟରେ ଦେଖାଯିବ ନାହିଁ । ତେଣୁ ଆପଣଙ୍କୁ ସର୍ବଦା #sofunର ଏକ ହ୍ୟାସଟ୍ୟାଗ୍ ସୃଷ୍ଟି କରିବା ଉଚିତ୍ । ଯଦି କୌଣସି ହ୍ୟାସଟ୍ୟାଗ୍ କେବଳ ନମ୍ବରରେ ତିଆରି ହୋଇଛି, ତେବେ ଏହା ସଠିକ୍ ନୁହେଁ, ଏହାକୁ ଏଡ଼ାଇବା ଉଚିତ୍ । ଯଦି ଆପଣ ହ୍ୟାସଟ୍ୟାଗରେ ନମ୍ବର ସହିତ ଶବ୍ଦ ଯେପରିକି #123go ଲେଖନ୍ତି ତେବେ ଏହି ହ୍ୟାସଟ୍ୟାଗକୁ ସଠିକ୍ ଭାବରେ ବିବେଚନା କରାଯିବ । ଯଦି ଆପଣ ଏକ ପବ୍ଲିକ ଟ୍ୱିଟ ର ହ୍ୟାସଟ୍ୟାଗ୍ ସହିତ ଏକ ବ୍ୟକ୍ତିଗତ ଟ୍ୱିଟ୍ କରନ୍ତି । ତେବେ ଏହି ସମ୍ବନ୍ଧିତ କେହି ହ୍ୟାସଟ୍ୟାଗ୍ ସର୍ଚ୍ଚ କଲେ ଆପଣଙ୍କ ଟ୍ୱିଟ ସେହି ସର୍ଚ୍ଚ ତାଲିକାରେ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.