Below header

ଆର୍‌ଜେଡି ନେତା ଲାଲୁଙ୍କୁ ନେଇ ଚିନ୍ତା ବଢ଼ିଲା, ସୁରକ୍ଷାରେ ଥିବା ୯ ଯବାନ୍‌ କରୋନା ପଜେଟିଭ୍‌

ରାଞ୍ଚି : ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଲାଲୁଙ୍କ ସୁରକ୍ଷାରେ ଥିବା ୯ ଯବାନ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ନୂଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ଅଗଷ୍ଟରେ ଲାଲୁଙ୍କୁ ରାଞ୍ଚି ରିମ୍ସ ଡାଇରେକ୍ଟର ବଙ୍ଗଳାକୁ ପଠାଯାଇଥିଲା । ପୂର୍ବରୁ ଲାଲୁଙ୍କୁ ରିମ୍ସର ପେଇଂ ବୋର୍ଡରେ ରଖାଯାଇଥିଲା ।

ଯେଉଁଠି ଏହି ୯ ଜଣ ଯବାନ ଲାଲୁଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ରିମ୍ସର ପେଇଂ ବୋର୍ଡ ସଂକ୍ରମଣ ହେବା ପରେ ଲାଲୁଙ୍କୁ ରିମ୍ସର ଡାଇରେକ୍ଟେର ବୋର୍ଡକୁ ସିପ୍ଟ କରାଯାଇଛି । ଲାଲୁ ଚାରା ଘୋଟାଲାରେ ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି । ଜେଲ୍‌ରେ ଥିବା ବେଳେ ତାଙ୍କର ବିଭିନ୍ନ ରୋଗ ବାହାରିବାରୁ ତାଙ୍କୁ ରିମ୍ସର ପେଇଂ ବୋର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଏବେ ଲାଲୁଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ୯ ଯବାନଙ୍କୁ କରୋନା ହେବା ପରେ ଲାଲୁଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି । ଲାଲୁଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ ପୁରା ହସ୍‌ପିଟାଲଟା କରୋନାରେ ସଂକ୍ରମିତ ହେବା ପରେ ଅଲଗା ବୋର୍ଡକୁ ଲାଲୁଙ୍କୁ ପଠାଇବା ପାଇଁ ରିମ୍‌ସକୁ ପ୍ରସ୍ତାବ ଦିଆଯାଇଥିଲା । ଫଳରେ ତାଙ୍କୁ ରିମ୍ସର ଡାଇରେକ୍ଟର ବଙ୍ଗଳାକୁ ସିପ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.