IPL : ଧୋନିଙ୍କ ନେତୃତ୍ୱରେ UAE ଯାତ୍ରା କଲେ CSK ଟିମ, ଚତୁର୍ଥ ଟାଇଟିଲ ଉପରେ ରହିଛି ନଜର

ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବା CSK ଟିମ ଆଇପିଏଲ୍ ୨୦୨୦ ଅଭିଯାନ ପାଇଁ ବାହାରି ଯାଇଛନ୍ତି । ଶୁକ୍ରବାର ଦିନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କରିଥିଲେ । ଆଇପିଏଲର ୬୦ ଟି ମ୍ୟାଚ୍ ତିନି ଦିନ – ଦୁବାଇ, ଆବୁଧାବି ଏବଂ ଶାରଜାହ ଠାରେ 53 ଦିନ ଖେଳାଯିବ । ଏହି ମ୍ୟାଚ୍ 19 ସେପ୍ଟେମ୍ବରରୁ ଅନୁଷ୍ଠିତ ହେବ ।


ରାଜସ୍ଥାନ ରୟାଲ୍ସ (ଆରଆର), କିଙ୍ଗସ ଏକାଦଶ ପଞ୍ଜାବ (KXIP) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ଟିମ ଗୁରୁବାର ଦିନ ୟୁଏଇରେ ପହଞ୍ଚିଛନ୍ତି ଏବଂ ଖେଳାଳିମାନେ ବର୍ତ୍ତମାନ 6 ଦିନର କ୍ୱାରେଣ୍ଟାଇନରେ ଅଛନ୍ତି । ଶୁକ୍ରବାର ଦିନ CSK ଟ୍ୱିଟର ଜରିଆରେ ଟିମର ଖେଳାଳିମାନଙ୍କ ଫଟୋ ସେୟାର କରିଛି । ଏହି ଫଟୋରେ ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା, ରବିନ୍ଦ୍ର ଜାଡେଜା ଏବଂ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ ନଜର ଆସିଛନ୍ତି । ତେବେ ଫଟୋ ସେୟାର କରିବା ସହିତ CSK ଲେଖିଛି “#Yellove on the move !”


ଅଗଷ୍ଟ ୧୫ ରେ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସମସ୍ତଙ୍କ ଆଖି ଆଇପିଏଲରେ ଉଭୟଙ୍କ ପ୍ରଦର୍ଶନ ଉପରେ ରହିଛି । CSK ଫ୍ରାଞ୍ଚାଇଜ୍ ଏହା ସ୍ପଷ୍ଟ କରିସାରିଛି ଯେ ଧୋନି ଯେତେଦିନ ପର୍ଯ୍ୟନ୍ତ ଚାହିଁବେ ଆଇପିଏଲ୍ ଖେଳି ପାରିବେ । ବର୍ତ୍ତମାନ ତାଙ୍କ ନେତୃତ୍ୱରେ ଦଳର ଆଖି ଚତୁର୍ଥ ଟାଇଟଲ ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.