ସମ୍ବଲପୁର: ବିଡ଼ା ବିଡ଼ା ନୋଟ ଦେଖି ଲୋଭ ଆସିଯିବ, କିନ୍ତୁ କୋଉଟା ବି ଅସଲ ନିହେଁ ସବୁ ନକଲି

 ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ବଡ ଧରଣର ନକଲି ନୋଟ ରାକେଟର ପର୍ଦାଫାଶ । ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରିଛି ସମ୍ବଲପୁର ପୋଲିସ । ତେବେ ଏହି ଘଟଣାରେ ବରଗଡ ଓ ଛତିଶଗଡର ୬ ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ ଛପାଯାଉଥିବା ମେସିନ ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର ସାହା, ଅଶୋକ ସାହୁ, ବରଗଡ ଅମ୍ବାଭୋନାର ଶିବ ଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ ରାୟଗଡ କୋଶିର ସତ୍ଯନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ ।

ତେବେ ଏହାର ଲିଙ୍କ ଅନ୍ତରାଜ୍ଯ ରହିଥିବାବେଳେ ଏସବୁ ପଇସା  ଚାଲାଣ ହେଉଥିଲା।  ଏହି ଜବତ ୧୩ଲକ୍ଷ ମଧ୍ଯରେ ୮୫ ହଜାର ମଧ୍ଯରେ ୨ହଜରା ଟଂକିଆ ନୋଟ , ୫୦୦ ଟଙ୍କିଆ ,  ୧୦୦ ଟଙ୍କିଆ ନୋଟ ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସୂଚନା ଦେଇଛନ୍ତି ଏସପି । ଏମାନଙ୍କଠାରୁ ଗୋଟିଏ ମଟର ସାଇକେଲ, ଧଳା ପେପର ବଣ୍ଡଲ, କଟର ମେସିନ, ପ୍ରିଣ୍ଟର ଓ ହ୍ବାଇଟନର୍ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.