Below header

ଆସନ୍ତା ୨୮ରୁ ଚୀନରେ ଆରମ୍ଭ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୧, ଯୋଗ ଦେବେ ୧୪ ଜଣ କିଟ୍‌ ଛାତ୍ରଛାତ୍ରୀ

ଆସନ୍ତା ୨୮ତାରିଖରୁ ଚୀନର ଚେଙ୍ଗଡୁରେ ଆରମ୍ଭ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୧ । ଓଡ଼ିଶାରୁ ୧୮ ଜଣ ଖେଳାଳି ଯୋଗ ଦେବାକୁ ଥିବାବେଳେ ସେଥିରୁ ୧୪ ଜଣ କିଟ୍‌ର ଛାତ୍ରଛାତ୍ରୀ।

ଆସନ୍ତା ୨୮ତାରିଖରୁ ଚୀନର ଚେଙ୍ଗଡୁରେ ଆରମ୍ଭ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୧ । ୮ ଅଗଷ୍ଟ ଯାଏ ଚାଲିବାକୁ ଥିବା ଏହି କ୍ରୀଡ଼ାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୨୬୫ ଖେଳାଳି ଓ ୬୦ ଅଫିସିଆଲ୍‌ସ ଯୋଗ ଦେବେ। ଓଡ଼ିଶାରୁ ୧୮ ଜଣ ଖେଳାଳି ଯୋଗ ଦେବାକୁ ଥିବାବେଳେ ସେଥିରୁ ୧୪ ଜଣ କିଟ୍‌ର ଛାତ୍ରଛାତ୍ରୀ।

ଚେଙ୍ଗୁଡୁ ଯିବାକୁ ଥିବା ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଅଛନ୍ତି, କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ। କେବଳ ଏତିକ ନୁହଁ କିସ୍‌ର ଡେପୁଟୀ ଡାଇରେକ୍ଟର ରୁଦ୍ରକେଶ ଜେନା ଓ କିଟ୍‌ର ଟେନିସ କୋଚ୍‌ ଜୈମିନ୍‌ ମେହେଟ୍ଟା ଭାରତୀୟ ପ୍ରତିନିଧି ଦଳରେ ସାମିଲ ଅଛନ୍ତି।

ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟରେ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାଗନେବାକୁ ଥିବା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । କ୍ରୀଡ଼ା କ୍ଷେତ୍ରରେ ସଫଳତା ଆଣି ନିଜ ଦେଶ ସହ ରାଜ୍ୟର ନାଁ ରଖିବାକୁ ପରାମର୍ଶ ଦେଇଛନ୍ତି ଡ. ସାମନ୍ତ।

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ଶେଷ ଥର ୨୦୧୯ରେ ଇଟାଲୀର ନାପୋଲିରେ ଆୟୋଜିତ ହୋଇଥିଲା। ୨୦୨୧ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମୋଟ ୧୮ଟି ଗେମରେ ୨୬୯ଟି ଇଭେଣ୍ଟ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.