୨୪ ଘଣ୍ଟାରେ ବଢିଲେ ଯେତିକି ଛିଡିଲେ ସେତିକି, ୧୪୬ ଚିହ୍ନଟ ହୋଇଥିଲେ ୧୪୬ ସୁସ୍ଥ ହେଲେ

କେନ୍ୟୁଜ୍(ବ୍ୟୁରୋ):  ୨୪ ଘଣ୍ଟାରେ ଆକ୍ରାନ୍ତ ଚିହ୍ନଟ ହେଲେ ଯେତିକି ସୁସ୍ଥ ହେଲେ ମଧ୍ୟ ସେତିକି।  ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କଟକ ଜିଲ୍ଲାରୁ ୨୬, ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୩ ଜଣ । ସେହିପରି ଗଜପତି ଜିଲ୍ଲାରୁ ୧୨, ଭଦ୍ରକରୁ ୧୧, ବଲାଙ୍ଗିରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରୁ ପାଞ୍ଚ ଜଣ ଲେଖାଏ ଆରୋଗ୍ୟ ଲାଭ କରିଥିବା ବେଳେ କଳାହାଣ୍ଡିରୁ ସୁସ୍ଥ ହୋଇଛନ୍ତି ଆଉ ଚାରି ଜଣ । ସେହିପରି ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ, ନୂଆପଡ଼ା ଓ ପୁରୀରୁ ଦୁଇ ଜଣ ଲେଖାଏ ଏବଂ ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୨ ହଜାର ୮୫୪ ଜଣ ଆରୋଗ୍ୟ ଲାଭ କଲେଣି ।

ସକାଳେ ରାଜ୍ୟରେ ଆଜି ନୂଆ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୧୨୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ବାକି ୧୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ୧୫ଟି ଜିଲ୍ଲାରୁ ୧୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି , ଯେବେକି ନୟାଗଡ଼ରୁ ୪ ଜଣ, ଝାରସୁଗୁଡାରୁ ଜଣେ, ରାୟଗଡା ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଅଛନ୍ତି ।

ଅନ୍ୟ ପକ୍ଷରେ ବାଲେଶ୍ୱରରୁ ୮ ଜଣ, ଜଗତସିଂହପୁରରୁ ୪ ଜଣ, ଢେଙ୍କାନାଳରୁ ଜଣେ, ଅନୁଗୁଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରୁ ୮ ଜଣ, ସୋନପୁରରୁ ୨ ଜଣ, ଭଦ୍ରକରୁ ୧୯ ଜଣ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଅଛନ୍ତି । ଏହାସହିତ ଅମ୍ପନ ମୁକାବିଲା ପାଇଁ ପଶ୍ଚିମ ବଙ୍ଗରୁ ଆସିଥିବା ୯ ଜଣ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.