ପୁଣି ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ,ଓଡିଶାରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଓଡିଶାରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର  ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୫୭, ଖୋର୍ଦ୍ଧାର ୨୬, ବଲାଙ୍ଗିରର ୧୧, ଜଗତସିଂହପୁରରୁ ୮, ବାଲେଶ୍ବର , ଯାଜପୁର ନୟାଗଡରୁ ୭ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ଭଦ୍ରକ,କେନ୍ଦ୍ରାପଡ,ପୁରୀରୁ ୫ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା ସହିତ ସୁନ୍ଦରଗଡର ୪, କେନ୍ଦୁଝରର ୩, କଟକର ୨  ଓ ବୌଦ୍ଧ ଓ କୋରାପୁଟରୁ ଜଣେ ଲଖାଏଁ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ବର୍ତ୍ତମାନ ଓଡଶାରେ ସୁସ୍ଥଙ୍କ ସଂଖ୍ୟା ୨୨୮୨ରେ ପହଞ୍ଚିଛି।


ସେହିଭଳି ଆଜି ସକାଳେ ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବାବେଳେ, ରାୟଗଡାରୁ-୪, କଟକରୁ-୨୦, ଝାରସୁଗୁଡାରୁ-୧, ଖୋର୍ଦ୍ଧାରୁ-୧୪, ନୟାଗଡରୁ-୪, ବରଗଡରୁ-୨, ଭଦ୍ରକରୁ-୧, କଳାହାଣ୍ଡିରୁ-୪, ଗଜପତିରୁ-୧୧, ପୁରୀରୁ-୭, ବଲାଙ୍ଗୀରରୁ-୧, କେନ୍ଦ୍ରାପଡାରୁ-୧, ମୟୂରଭଞ୍ଜରୁ-୪, କୋରାପୁଟରୁ-୧, କେନ୍ଦୁଝରରୁ-୧, ଓ ବୌଦ୍ଧରୁ-୧ ଚିହ୍ନଟ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.