Below header

କିଟରେ ୧୪ତମ ଜାତୀୟ ମାନବସମ୍ବଳ କନକ୍ଲେଭ, ବିଭିନ୍ନ ବିଷୟବସ୍ତୁ ନେଇ ୮ଟି କର୍ମଶାଳା

କନକ୍ଲେଭକୁ ଉଦ୍‌ଘାଟନ କରି ଏହାର ବିଷୟବସ୍ତୁ ‘ବିଲଡିଂ ଏ ସଷ୍ଟନେବଲ୍‌ ଇନ୍‌କ୍ଲୁସିଭ ଫ୍ୟୁଚର- ଦ ରୋଲ ଅଫ୍‌ ବିଜିନେସ୍‌: ଲିଭରଜିଂ ଏଚଆର ଟେକ୍ନୋଲୋଜି ଫର କମ୍ପିଟେଟିଭ ଆଡଭାଣ୍ଟେଜ୍‌’ ଉପରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ପ୍ରତିଯୋଗୀମୁଖୀ ବିଶ୍ୱରେ ମାନବ ସମ୍ବଳ କ୍ଷେତ୍ରରେ ମାନବିକ ଅଧିକାର ଓ ବ୍ୟକ୍ତି ସମ୍ମାନର ଗୁରୁତ୍ୱ ରହିଛି।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୪ତମ ଜାତୀୟ ମାନବ ସମ୍ବଳ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। କନକ୍ଲେଭକୁ ଉଦ୍‌ଘାଟନ କରି ଏହାର ବିଷୟବସ୍ତୁ ‘ବିଲଡିଂ ଏ ସଷ୍ଟନେବଲ୍‌ ଇନ୍‌କ୍ଲୁସିଭ ଫ୍ୟୁଚର- ଦ ରୋଲ ଅଫ୍‌ ବିଜିନେସ୍‌: ଲିଭରଜିଂ ଏଚଆର ଟେକ୍ନୋଲୋଜି ଫର କମ୍ପିଟେଟିଭ ଆଡଭାଣ୍ଟେଜ୍‌’ ଉପରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ପ୍ରତିଯୋଗୀମୁଖୀ ବିଶ୍ୱରେ ମାନବ ସମ୍ବଳ କ୍ଷେତ୍ରରେ ମାନବିକ ଅଧିକାର ଓ ବ୍ୟକ୍ତି ସମ୍ମାନର ଗୁରୁତ୍ୱ ରହିଛି। ଏ କ୍ଷେତ୍ରରେ ଭାରତରେ ମାନବିକ ଅଧିକାର ଏବଂ ବ୍ୟକ୍ତି ସମ୍ମାନ ଉଭୟର ଉଲ୍ଲେଖନୀୟ ପରିପ୍ରକାଶ ହୋଇଛି।

ଅନ୍ତର୍ଭୁକ୍ତିକରଣ ଏବଂ ବିବିଧତାର ଦେଶ ଭାରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିପାରିଛି। ଏଠାରେ ସମସ୍ତ ପ୍ରକାର ବ୍ୟବସାୟ ଓ ବାଣିଜ୍ୟ କୌଶଳରେ ମାନବିକ ମୂଲ୍ୟବୋଧ ହେଉଛି ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରଫେସର ସାମନ୍ତ କହିଥିଲେ। ଉତ୍ସବରେ ଧନ୍ୟବାଦ ଅର୍ପଣ କରି କିଟ୍‌ ବିଶ୍ୱବିଦ୍ୟାଳୟର କର୍ପୋରେଟ୍‌ ରିଲେସନ୍‌ ନିର୍ଦ୍ଦେଶକ ପ୍ରଫେସର କୁମାର ମହାନ୍ତି କହିଲେ, କିଟ୍‌ ମ୍ୟାନେଜମେଣ୍ଟ ସ୍କୁୁଲ୍‌ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ସବୁବେଳେ ଶିଳ୍ପ ସହଯୋଗ ଉପରେ ପ୍ରାଥମିକତା ଦେଇଆସୁଛି। ଯେ କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଅପରହାର୍ଯ୍ୟ ମାନଦଣ୍ଡ। କନକ୍ଲେଭରେ ଡେମୋଗ୍ରାଫିକ୍‌ ଡାୟାନେମିକ୍‌ସ ଫର ଇନ୍‌କ୍ରିଜ୍‌ଡ ସଷ୍ଟେନବିସିଲିଟି ଏବଂ ଅକ୍ୟୁପେସନାଲ ଅପର୍ଚୁନିଟିଜ୍‌ ଫର ଏ ସସଷ୍ଟେନବଲ୍‌ ଫିଉଚର ଉପରେ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ପ୍ୟାନେଲ୍‌ ଆଲୋଚନାରେ କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ମାନବ ସମ୍ବଳ ବିଶେଷଜ୍ଞ ଭାଗନେଇ ମାନବ ସମ୍ବଳ କ୍ଷେତ୍ରରେ ନିଜର ଲକ୍ଷ୍ୟ ପୂରଣ ନିମନ୍ତେ ଉଚ୍ଚାଭିଳାଷ, ସମ୍ମାନ ଏବଂ ଗ୍ରହଣୀୟତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସ୍ଥାୟୀ ଆନନ୍ଦ ନିମନ୍ତେ କାର୍ଯ୍ୟ ଓ ଜୀବନ ମଧ୍ୟରେ ସନ୍ତୁଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। କନକ୍ଲେଭର ଦ୍ୱିତୀୟାର୍ଦ୍ଧରେ ମାନବ ସମ୍ବଳ ଉପରେ ପର୍ଯ୍ୟବେଷିତ ବିଭିନ୍ନ ବିଷୟବସ୍ତୁ ଉପରେ ୮ଟି କର୍ମଶାଳା ଅନୁଷ୍ଠିତ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.