କମ୍ବୋଡିଆରେ ଚୀନ ନିର୍ମାଣ କଲା ମିଲିଟାରୀ ବେସ୍‌, ଭାରତକୁ ଘେରିବା ପାଇଁ ଚାଲ ହେବ ସହଜ

ଚୀନ ସର୍ବଦା ଭାରତକୁ ଅସୁବିଧାରେ ପକାଇବା ପାଇଁ କିଛି ନା କିଛି ଚାଲ ଜାରି ରଖିଛି । ଏବେ କମ୍ବୋଡିଆରେ ଏକ ମିଲିଟାରୀ ବେସ ନିର୍ମାଣ କରିଛି । ଏହା ଭାରତର ନିକଟତମ ପଡୋଶୀ ରାଷ୍ଟ୍ର ହୋଇ ଥିବାରୁ ଏଠାରୁ ଭାରତକୁ ଘେରିବା ଚୀନର ଚାଲ ରହିଛି ।

ନୂଆଦିଲ୍ଲୀ : ଚୀନ ସର୍ବଦା ଭାରତକୁ ଅସୁବିଧାରେ ପକାଇବା ପାଇଁ କିଛି ନା କିଛି ଚାଲ ଜାରି ରଖିଛି । ଏବେ କମ୍ବୋଡିଆରେ ଏକ ମିଲିଟାରୀ ବେସ ନିର୍ମାଣ କରିଛି । ଏହା ଭାରତର ନିକଟତମ ପଡୋଶୀ ରାଷ୍ଟ୍ର ହୋଇ ଥିବାରୁ ଏଠାରୁ ଭାରତକୁ ଘେରିବା ଚୀନର ଚାଲ ରହିଛି । ଏହା ଦ୍ୱାରା ଭାରତ ମହାସାଗରରେ ଚୀନ ଯୋଗୁ ଟେନସନ ବୃଦ୍ଧି ପାଇବ ।

ଚୀନର ଆକ୍ରମଣାତ୍ମକ ଓ ବିସ୍ତାରବାଦୀ ନୀତି ଯୋଗୁ ପୂର୍ବରୁ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଏହି ନୂଆ ମିଲିଟାରୀ ବେସ ଯୋଗୁ କେବଳ ଦକ୍ଷିଣ ଚୀନ ସାଗର ନୁହେଁ ଭାରତ ମହାସାଗରରେ ମଧ୍ୟ ଭାରତ ପାଇଁ ଚିନ୍ତା ବଢ଼ିବ । ଚୀନ ପ୍ରଥମରୁ ଆଫ୍ରିକା ଦେଶରେ ତା’ର ମିଲିଟାରୀ ବେସ୍‌ ନିର୍ମାଣ କରି ସାରିଛି । ବ୍ରିଟେନ ସ୍ଥିତ ଥିଙ୍କ ଟ୍ୟାଙ୍କ ହାଉସ ତା’ର ରିପୋର୍ଟରେ କମ୍ବୋଡିଆରେ ଚୀନ ନିର୍ମାଣ କରୁଥିବା ମିଲିଟାରୀ ବେସର ସାଟେଲାଇଟ ଛବି ଛାଡିଥିଲା ।

ଏହି ବେସ ଗଲ୍ପ ଅଫ ଥାଇଲାଣ୍ଡ ନିକଟତର । ଏହା ଭାରତ ମହାସାଗର ଓ ଦକ୍ଷିଣ ଚୀନ ମହାସାଗରକୁ ଯୋଡୁଥିବା ଏକ ମୁଖ୍ୟ ଚେକ୍‌ପୋଷ୍ଟ । ପ୍ରତି ବର୍ଷ ସାରା ବିଶ୍ୱର ବେପାର ବାଣିଜ୍ୟର ଏକ ଚତୁର୍ଥାଂଶ ଏହି ବାଟ ଦେଇ ହୋଇଥାଏ । ଏହା ସବୁଠୁ ବ୍ୟସ୍ତ ସମୁଦ୍ର ପଥ । ଚୀନର ନୌସେନା ଦୁନିଆର ସବୁଠୁ ବଡ଼ ନୌସେନା । ଏହା ନିକଟରେ ୩୫୦ରୁ ଅଧିକ ଯୁଦ୍ଧ ପୋତ ଅଛି । ଆଗାମୀ ୩ ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇ ୪୬୦ ହୋଇପାରେ । ଏହାଛଡା ୮୫ ଯାହଜ ମଧ୍ୟ ଚୀନ ନିକଟରେ ରହିଛି ଯାହାକି ଆଣ୍ଟି-ସିପ୍‌ ମିଜାଇଲ ସହ ସଂଯୁକ୍ତ ।

ଖାଲି ସେତିକି ନୁହେଁ ଚୀନ ମଧ୍ୟ ତା’ର ସୈନ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି କରି ଚାଲିଛି । ଏହା ବିଶ୍ୱର ଶାନ୍ତି ପାଇଁ ଏକ ବଡ଼ ଆହ୍ଵାନ ଭାବେ ଠିଆ ହୋଇଛି । ଭାରତ ମହାସାଗରରେ ମଧ୍ୟ ଚୀନ ତା’ର ହରକତ ଜାରି ରଖିଛି । ଭାରତ ଏଠାରେ ଚୀନ ଉପରେ ତୀକ୍ଷ୍ଣ ନଜର ରଖିଛି । ଗତ ବର୍ଷ ଭାରତର ବିରୋଧ ସତ୍ତ୍ୱେ ଚୀନ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ନିଜର ଯୁଦ୍ଧ ଜାହଜ ୟୁଓ୍ଵାନ ଓ୍ଵାଙ୍ଗ ୫ ଲଗାଇଥିଲା । ଅବଶ୍ୟ ଭାରତର ବିରୋଧ ପରେ ଚୀନ ଏହାକୁ ଫେରାଇ ନେଇଥିଲା ।

ଚୀନକୁ କାଉଣ୍ଟର କରିବା ପାଇଁ ଭାରତ ମଧ୍ୟ ସର୍ବଦା ସଜାଗ ରହିଛି । ଭାରତ ମଧ୍ୟ କମ୍ବୋଡିଆ ସହ ଭଲ ସମ୍ପର୍କ ରଖିଛି । ୩ ମାସ ପୂର୍ବରୁ କମ୍ବୋଡିଆ ରାଜା ଭାରତ ଗସ୍ତରେ ଆସିଥିଲେ । ଏହା ସହ ଚୀନକୁ କାଉଣ୍ଟର କରିବା ପାଇଁ ଭାରତ ଭିଏତନାମ ସହ ସମ୍ପର୍କ ରଖିଛି । ନିଜର ଯୁଦ୍ଧ ଜାହଜ ଆଇଏନଏସ କୃପାଣ ମଧ୍ୟ ଦେଇଛି । ଚୀନର ସବୁ ଚାଲ ଉପରେ ଭାରତ ନଜର ରଖିଛି । ସେହି ଅନୁଯାୟୀ ଭାରତ ମଧ୍ୟ ଅନ୍ୟ ଦେଶ ସହ ତା’ର ସମ୍ପର୍କ ବଢ଼ାଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.