ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨୫ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ଅନୁଗୁଳରେ ଜଣେ, ବାଲେଶ୍ୱରରେ ୮, ବରଗଡ଼ରେ ୨, ଭଦ୍ରକରେ ୧, ବଲାଙ୍ଗୀରରେ ୧, ବୌଦ୍ଧରେ ୫, କଟକରେ ୧୧, ଦେଓଗଡ଼ରେ ୨, ଢେଙ୍କାନାଳରେ ୨, ଗଜପତିରେ ୩, ଯାଜପୁରରେ ୬, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୩, କୋରାପୁଟରେ ୧, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୨, ନୟାଗଡ଼ରେ ୧୩, ନୂଆପଡ଼ାରେ ୩, ପୁରୀରେ ୧୩, ରାୟଗଡ଼ାରେ ୪, ସମ୍ବଲପୁର ୧୯, ସୋନପୁରରେ ୫, ସୁନ୍ଦରଗଡ଼ରେ ୨୨ ଓ ଷ୍ଟେଟ୍‌ପୁଲରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ଦୈନିକ ଭାଗ୍ୟ! ପଢ଼ନ୍ତୁ, ଆଜିର ରାଶିଫଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.