Below header

ଜଙ୍ଗଲ ଭିତରେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଢେଙ୍କାନାଳ (କେନ୍ୟୁଜ୍): ଜଙ୍ଗଲ ଭିତରେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଦୁଃଖଦ ଘଟଣା । ମୃତକ ଚାନ୍ଦପୁର ଗ୍ରାମର କାଉଁଶିନାଳୀ ସାହିର ରମେଶ ବେହେରା ।

ସୂଚନା ଅନୁଯାୟୀ, ଚାନ୍ଦପୁର ଗ୍ରାମର କାଉଁଶିନାଳୀ ସାହିର ରମେଶ ବେହେରା ଏବଂ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର ସମୟରେ ଶୌଚ ପାଇଁ ଘର ପାଖ ନଟାନାଳୀକୁ ଯାଇଥିଲେ । ସେଠାରେ ଉଭୟେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଭଉୟଙ୍କୁ ବନବିଭାଗ କାମକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ରମେଶଙ୍କର ମୃତ୍ୟୁ ହୋଇଛି । ରମେଶଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.