ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନାରୁ ସୁସ୍ଥ ହୋଇନାହାନ୍ତି ମହମ୍ମଦ ସାମି

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ସାମି ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିଥାନ୍ତେ ମହମ୍ମଦ ସାମି। ହେଲେ କରୋନା ସଂକ୍ରମିତ ହେବା ଯୋଗୁଁ ଅଷ୍ଟ୍ରେଲିଆ ଟି-୨୦ ସିରିଜରୁ ବାଦ୍‌ ପଡିଥିଲେ। ଏବେ ଦକ୍ଷିଣ ଆଫ୍ରିକା ସିରିଜକୁ ବାଦ୍‌ ପଡିପାରନ୍ତି ମହମ୍ମଦ ସାମି ବୋଲି ଚର୍ଚ୍ଚା ଚାଲିଛି।

ଏସିଆ କପରେ ଖରାପ ପ୍ରଦର୍ଶନ ପରେ ମଧ୍ୟ ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି ମହମ୍ମଦ ସାମି। କିନ୍ତୁ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଅଷ୍ଟ୍ରେଲିଆ ସିରିଜରୁ ବାଦ୍‌ ପଡିଥିଲେ। ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଫିଟ୍‌ ହେବେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ଏକ ରିପୋର୍ଟ ମୁତାବକ, ସାମି କରୋନା ଭାଇରସରୁ ମୁକ୍ତ ହୋଇନାହାନ୍ତି। ମେଡିକାଲ ଟିମ୍‌ ସାମିଙ୍କ ଉପରେ ନଜର ରଖିଛି। ତେଣୁ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ମହମ୍ମଦ ସାମି ଫିଟ୍‌ ହୋଇପାରିବେ ବୋଲି ଆଶା ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍‌ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

ମହମ୍ମଦ ସାମି ଟି-୨୦ ବିଶ୍ୱକପରେ ଷ୍ଟାଣ୍ଡବାଏ ଖେଳାଳି ଲିଷ୍ଟରେ ରହିଛନ୍ତି। ସାମି ଗତଥର ଟି-୨୦ ବିଶ୍ୱକପ୍‌ ଖେଳିବା ପରେ କୌଣସି ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ସାମିଙ୍କୁ ତାଙ୍କ ଅନୁଭୂତି ଆଧାରରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନ ମିଳିଛି।

ତେବେ ଟିମ୍‌ ଇଣ୍ଡିଆ ସାମି ନ ଖେଳିବା ଆଶା କରି ବ୍ୟାକଅପ୍‌ ପ୍ଲାନ କରନ୍ତୁ। ଯଦି ସାମି ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଫିଟ୍‌ ନ ହୁଅନ୍ତି, ତେବେ ଉମରାନ ମଲ୍ଲିକଙ୍କୁ ସ୍ଥାନ ମିଳିପାରେ। ଦଳକୁ ପୁଣି ଫେରିପାରନ୍ତି ଉମରାନ ମଲ୍ଲିକ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା ( ଅଧିନାୟକ), କେଏଲ ରାହୁଲ ( ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ(ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ

ଷ୍ଟାଣ୍ଡବାଏ ଖେଳାଳି : ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ଦଳକୁ ଫେରିଲେ ବୁମରା

 

You might also like