ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ: ୨ୟ ସଂଧ୍ୟାରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ଦ୍ୱାରା ମହାକବି କାଳିଦାସଙ୍କ ‘ମେଘଦୂତମ୍‌’ ଦଶର୍କ ମାନଙ୍କ କରତାଳି ସାଉଁଟିଥିଲା

ପିପିଲି: ଧଉଳି ପାହାଡ ପାଦଦେଶରେ ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ । ମହୋତ୍ସବର ୨ୟ ସଂଧ୍ୟାରେ ଆର୍ଟ ଭିଜନର ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ ରାଗ କଳାବତୀ ଓ ତାଳ ତ୍ରିପଟାରେ ‘ପଲ୍ଲବୀ’ ପରିବେଶଣ କରିଥିଲେ କଳାକାର । ପରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ଦ୍ୱାରା ମହାକବି କାଳିଦାସଙ୍କ ‘ମେଘଦୂତମ୍‌’ ଦଶର୍କ ମାନଙ୍କ କରତାଳି ସାଉଁଟିଥିଲା । ଏହାପରେ ଚେନ୍ନାଇରୁ ଆସିଥିବା ଗୁରୁ ଅନିଥା ଗୁହା ଓ ସାଥୀ ଶିଳ୍ପୀ ମାନେ ପୌରାଣିକ ରାମାୟଣରୁୁ ଉଦ୍ଧୃତ ରାଗ ମର୍ଗାଝି ଥିଙ୍ଗଲରେ ପରିବେଷଣ କରିଥିଲେ ।

ସୁରଦାସଙ୍କ ରଚନାରେ ମହାଦେବଙ୍କ ପାଞ୍ଚ ରୂପଚର୍ଯ୍ୟାକୁ ନେଇ ପଞ୍ଚ ବିଶନ୍‌, ତରାନା ଏବଂ ଭୀମ ମାରୁତି ନାଟକ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ପୁରୁଲିଆ ଛଉ ନୃତ୍ୟ । ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ଓ ଆର୍ଟ ଭିଜନର ମିଳିତି ଆନୁକୁଲ୍ୟରେ ଚାଲିଥିବା ୧୭ତମ ମହୋତ୍ସବର ୨ୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ବିଜ୍ଞାନ ଓ ବୈଦେଶିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.