ଗାଁ ନିକଟରେ ଘୂରି ବୁଲୁଛନ୍ତି ୧୮ଟିକିଆ ହାତୀପଲ, ଘଣ୍ଟ ବଜାଇ ଘଉଡାଉଛନ୍ତି ଗ୍ରାମବାସୀ

ଭଞ୍ଜନଗର(କେନ୍ୟୁଜ୍): ଗାଁ ନିକଟରେ ଘୂରି ବୁଲୁଛନ୍ତି ୧୮ଟିକିଆ ହାତୀପଲ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳ କୁଲାଡ଼-ତାରାସିଙ୍ଗି ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଘଣ୍ଟ ବଜାଇ ହାତୀପଲକୁ ଘଉଡାଇଲେ ଗ୍ରାମବାସୀ। ହାତୀପଲକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ । ବଡନଦୀ ପାର୍‌ ହୋଇ ଗାଁ ନିକଟରେ ଡେରା ପକାଇଛନ୍ତି ହାତୀ।

ଦଳରେ ରହିଥିବା ଛୁଆ ହାତୀକୁ ସୁରକ୍ଷା ଦେବା ପାଇଁ ହାତୀପଲ ସହ ଦନ୍ତା ହାତୀ ଉଗ୍ର ହୋଇପଡିଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ସତର୍କ କରାଇବା ସହ ହାତୀଙ୍କ ସୁରକ୍ଷା ପାଇଁ ନଜର ରଖିଛନ୍ତି।