Below header

ବର୍ଷା ଋତୁରେ ବର୍ଷାର ଦେଖା ନାହିଁ, ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ପ୍ରତିଶତ କମ୍ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ବର୍ଷା ଋତୁରେ ବର୍ଷାରେ ଦେଖା ନାହିଁ। ଟାଇଁ ଟାଇଁ ଖରା। ରାଜ୍ୟରେ ଏବେ ମୌସୁମୀ ବାୟୁ ଦୁର୍ବଳ। ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାର ସ୍ୱାଭାବିକ ଠାରୁ ପ୍ରାୟ ୧୯ ପ୍ରତିଶତ କମ ବର୍ଷା । ଗଜପତି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ୧୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି । ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଛୁଇଁଲା ମୌସୁମୀ । ଏବେ ଦୁର୍ବଳ ରହିଥିବାରୁ ବର୍ଷାର ପରିମାଣ କମ ରହିଛି। ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟା ଭିତରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ବର୍ଷା ଅଭାବରୁ ଚାଷ କାମ ପ୍ରଭାବିତ ହେଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.