କଟକ ଇଣ୍ଡୋର ଷ୍ଟାଡିୟମରେ କମନୱେଲ୍‌ଥ ଟେବୁଲ ଟେନିସ୍‌

କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍‌କୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୨ଟି ଦେଶର ଖେଳାଳି ଭାଗ ନେଇଛନ୍ତି । ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍‌, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟ୍‌ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଏବଂ ୱେଲ୍‌ସ ଦଳ ସାମିଲ ହୋଇଛନ୍ତି । ଶେଷ ମୁହୂର୍ତ୍ତରେ ଓହରିଯାଇଥିଲେ ପାକିସ୍ତାନ, ଗାୟନା ଓ ଘାନା। ୬ ଦିନ ଧରି ଚାଲିବ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନସିପ୍‌। ପ୍ରଥମ ୩ ଦିନ ଦଳଗତ ପ୍ରତିଯୋଗିତା ଖେଳାଯିବ। ତୃତୀୟ ଦିନ ଅପରାହ୍ନରେ ଦଳଗତ ବିଭାଗର ପୁରସ୍କାର ବିତରଣ କରାଯିବ। ଶୁକ୍ରବାର ସଂଧ୍ୟାରୁ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଯୋଗିତା ଆରମ୍ଭ ହେବ। ୨୨ ତାରିଖରେ ଏହି ଚାମ୍ପିଅନସିପ୍‌ ଉଦଯାପିତ ହେବ। ମ୍ୟାଚ୍‌ ପାଇଁ ଷ୍ଟାଡିୟମ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.