Below header

ସାବାଡ୍‌ ହେବେ ସାଇବର ଠକ, ୧୯୩୦ ହେଲ୍ପଲାଇନ ନମ୍ବର ଜାରି କଲେ ଡିଜିପି

ସାଇବର ଠକେଇ ରୋକିବା ପାଇଁ ସିଟି ପୋଲିସ ତରଫରୁ ଏକ ସାଇବର ହେଲ୍ପଡେସ୍କ କାର୍ଯ୍ୟ କରୁଛି। ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୯୩୦ ଡାଏଲ କରିବାକୁ କୁହାଯାଇଛିି।

ଭୁବନେଶ୍ୱର (କେନ୍ୟୁଜ): ମାତିଛନ୍ତି ସାଇବର ଲୁଟେରା । ଏହି ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସଇବାର ଅପରାଧର ଶୀକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ହେଲ୍ପଲାଇନ କଲସେଣ୍ଟର ଉଦଘାଟିତ ହୋଇଛି । ସାଇବର କ୍ରାଇମ ହେଲ୍ପଲାଇନ କଲସେଣ୍ଟରର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ ବଂଶଲ । ଏହି କଲସେଣ୍ଟର ମାଧ୍ୟମରେ ସାଇବର ଠକେଇର ସମାଧାନ ପାଇଁ ସେବା ଯୋଗାଇ ଦିଆଯିବ । ୧୯୩୦ରେ ଅଭିଯୋଗ କରି ତୁରନ୍ତ ସହାୟତା ପାଇପାରିବେ ।

ତେବେ ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ଏପରି କଲ ସେଣ୍ଟର ଖୋଲାଯାଇଛି । ଏହା ସହ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବେ ସେମାନେ ତୁରନ୍ତ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର‌ ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିହେବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କର୍ଯାନୁଷ୍ଠାନ ହୋଇପାରିବ।
ଯେ କୌଣସି ସ୍ଥାନରୁ ଡାଏଲ କରି ଅଭିଯୋଗ କରିପାରିବେ । ଏହି କଲସେଣ୍ଟର ୨୪ ଘଣ୍ଟା କାମ କରିବ । ଅର୍ଥ ଫେରିପାଇବା ନେଇ ତୁରନ୍ତ ପଦକ୍ଷେପ ନେବ ଏହି କଲସେଣ୍ଟର । ସେହିପରି ସାଇବର ଠକେଇ ନେଇ ଉଭୟ ଅନଲାଇନ ଓ ଅଫଲାଇନରେ ଅଭିଯାନ ଜାରି ରହିବ ।

ଖୋଲା ଯାଇଥିବା କଲ ସେଣ୍ଟରରେ ଏକକାଳୀନ ୧୦ଟି କଲକୁ ଉଠାଇଲା ଭଳି ସିଷ୍ଟମ୍ ରହିଛି । ଏହାସହ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ କିପରି ସାଇବର ଠକେଇର କଲ ଆସିଲେ ଲୋକମାନଙ୍କୁ‌ ସହଯୋଗ କରିବେ ସେ ନେଇ ତାଲିମ ମଧ୍ୟ ଦିଆଯାଇଛି । ତେବେ ତିନୋଟି ସିଫ୍ଟରେ ୧୦ଜଣ ଲେଖାଏଁ ସାଇବର ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ଡ୍ୟୁଟି କରି ଠକର ଚାଲ ଓ ଠକ କରିଥିବା ଠକେଇର ତଥ୍ୟ ରେକର୍ଡ କରିବେ । ଅର୍ଥାତ୍ କେହି ଠକେଇର ଶିକାର ହୋଇଥିଲେ ସେ ଏହି ୧୯୩୦ ହେଲ୍ପ ଡେସ୍କକୁ କଲ କଲେ ତୁରନ୍ତ ତାକୁ ସହାୟତା ଯୋଗାଇବେ ସାଇବର ହେଲ୍ପ ଡେସ୍କ କର୍ମଚାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.