ଦାଦାବଟି ମାଗି ଗିରଫ ହେଲେ ଦୁଇ ଅଭିଯୁକ୍ତ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ଦାଦା ବଟି ମାଗିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ, ଗୋଟିଏ ଏମସି ଓ ୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗଞ୍ଜାମ : ଦାଦା ବଟି ମାଗିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ, ଗୋଟିଏ ଏମସି ଓ ୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧୯ ତାରିଖରେ ଦ୍ବିତୀ କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ବିଭୂତି ଜେନା ନାମକ ଜଣେ ବ୍ୟକ୍ତି ଦାଦାବଟି ମାଗିଥିଲେ । ଦାଦାବଟି ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବିଭୂତି । ବିଭୂତିଙ୍କୁ ଦାଦାବଟି ନ ଦେବାରୁ ଜୁଲାଇ ୧୯ ତାରିଖରେ ଦ୍ବିତୀଙ୍କ ଫାର୍ମ ହାଉସ ଗେଟରେ ଦୁଇଟି ବୋମା ଫିଙ୍ଗିଥିଲେ ଦୁବୃର୍ତ୍ତ । ଏନେଇ ଦ୍ବିତୀ କୋଦଳା ଥାନାରେ ଅଭିଯୋଗ କରିଥିଲେ ।

ଗତ ମାସ ୧୭ ତାରିଖରେ ଦାଦାବଟି ଘଟଣାରେ ମୁନା ଗୈାଡ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦାଦାବଟି ଘଟଣାରେ ଆଜି ଟୁନା ଗୈାଡ ଓ ପିଣ୍ଟୁ ସାହୁକୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.