ମୋହନା ଥାନାରୁ ଗଞ୍ଜେଇ ମାଫିଆ ଚମ୍ପଟ ମାରିବା ଘଟଣା, ଦୁଇ ପୋଲିସ କନଷ୍ଟେବଳ ନିଲମ୍ବିତ  

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ଥାନାରୁ ଜଣେ ଗଞ୍ଜେଇ ମାଫିଆ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜ଼ିଲ୍ଲା ଆରକ୍ଷୀ ବିଭାଗ। ଘଟଣାର ତଦନ୍ତ ପରେ କାର୍ଯ୍ୟରତ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ କାର୍ଯ୍ୟରୁ  ନିଲମ୍ବିନ  କରାଯାଇଛି।  ନିଲମ୍ବିତ ଦୁଇ କର୍ମଚାରୀ ହେଲେ କନେଷ୍ଟେବଳ ଉମାଶଙ୍କର ଶବର ଏବଂ ବିଶ୍ୱଜିତ ଶବର ।

ସୂଚନା ଯୋଗ୍ୟ ଯେ ଗତ ୧୩ ତାରିଖ ଭୋରରୁ ପୋଲିସକୁ ଚକମାଦେଇ ଜଣେ ଗଞ୍ଜେଇ ମାଫିଆ  ମୋହନା ଥାନାର ଛାତ ଡେଇଁ  ଚମ୍ପଟ ମାରିଥିଲା।  ସେ ସମୟରେ ସମ୍ପୃକ୍ତ କନଷ୍ଟେବଳ ଦ୍ୱୟ କାର୍ଯ୍ୟରେ ନିୟୋଜିତ ଥିଲେ l ଏନେଇ ସୂଚନା ଦେଇଛନ୍ତି ଗଜପତି ଅତିରିକ୍ତ S.P ସୀତାରାମ ଶତପଥୀ l ତେବେ ଏହି ଘଟଣାରେ ତଳ ଶ୍ରେଣୀର କର୍ମଚାରୀଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ବଡ଼ ଅଫିସରଙ୍କୁ ସୁରକ୍ଷା ଦିଆଯାଉଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.