Below header

୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗରେ ପିପିଲି ଥାନା ଆଗରେ ଧାରଣା ଦେଲେ ପୀଡ଼ିତଙ୍କ ପରିବାର, କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ତଦନ୍ତ ହେବ

ପିପିଲି(କେନ୍ୟୁଜ୍):  ପିପିଲି ଥାନାରେ କିଛି ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣାରେ ତଦନ୍ତ ନିର୍ଦ୍ଦେଶ। କଟକ ସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ତଦନ୍ତ ହେବ। କେତେକ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହାର ତଦନ୍ତି ନିର୍ଦ୍ଦେଶ ଦିଆଯାଇଛି। ଏକ ଗଣ୍ଡଗୋଳ ଘଟଣାରେ ପିପିଲି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

pipili

ସେମାନଙ୍କୁ କୋର୍ଟ ଚାଲାଣ ପରେ ନିମାପଡ଼ା ଜେଲକୁ ନିଆଯାଇଥିଲା। କିନ୍ତୁ ସେମାନେ ଗୁରୁତର ଥିବାରୁ ସେମାନଙ୍କୁ ଜେଲ କର୍ତ୍ତପକ୍ଷ ଭିତରକୁ ପ୍ରବେଶ କରାଇନଥିଲେ। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ସେମାନଙ୍କ ପରିବାରକୁ କୌଣସି ପ୍ରକାର ତଥ୍ୟ ନଦେବା ସହ ସେମାନଙ୍କ ନିକଟକୁ ମଧ୍ୟ ଛାଡ଼ିନଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାସହ ନ୍ୟାୟ ଦାବିରେ ପୀଡ଼ିତଙ୍କ ପରିବାର ମାନେ ପିପିଲି ଥାନା ଆଗରେ ଧାରଣାରେ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.