Below header

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୦୧୧ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟାରେ ରାଜ୍ୟରେ  ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୩୮ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରୁ ୧୧୪ଜଣ, ବଲାଙ୍ଗୀରରୁ ୮୧ଜଣ, କଟକରୁ ୭୮ଜଣ, ମୟୂରଭଞ୍ଜରୁ ୭୬ଜଣ, ବାଲେଶ୍ବରରୁ ୪୫ଜଣ, ଜଗତସିଂହପୁରରୁ ୪୫ଜଣ, କେନ୍ଦ୍ରାପଡ଼ାରୁ ୪୩ଜଣ, କଳାହାଣ୍ଡିରୁ ୪୦ଜଣ, ସୁନ୍ଦରଗଡ଼ରୁ ୩୯, ବରଗଡ଼ରୁ ୩୪ ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ନୂଆପଡ଼ାରୁ ୨୯ଜଣ, ଯାଜପୁରରୁ ୨୮ଜଣ, ପୁରୀରୁ ୨୬ଜଣ, ଢ଼େଙ୍କାନାଳରୁ ୨୪ଜଣ,  କେନ୍ଦୁଝରରୁ ୨୦ଜଣ, ନବରଙ୍ଗପୁରରୁ ୧୯ଜଣ, ଝାରସୁଗୁଡ଼ାରୁ ୧୮ଜଣ,  ସମ୍ବଲପୁରରୁ ୧୬ଜଣ, ଗଞ୍ଜାମରୁ ୧୨ଜଣ, ନୟାଗଡ଼ରୁ ୧୨ଜଣ, ଭଦ୍ରକରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, କୋରାପୁଟରୁ ୯ଜଣ, ସୋନପୁରରୁ ୯ଜଣ, ମାଲକାନଗିରିରୁ ୫ଜଣ, ଦେଓଗଡ଼ରୁ ୩ଜଣ, ରାୟଗଡ଼ାରୁ ୩ଜଣ, ଗଜପତିରୁ ୨ଜଣ ଏବଂ ଷ୍ଟେଟପୁଲରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଟ୍ବିଟ ଜରିଆରେ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.