ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତା ଜିମୂତ ପଟ୍ଟନାୟକ, ମେଗା ସିରିଏଲରେ ଅତି ନିଖୁଣ ଅଭିନୟ କରି ବାନ୍ଧି ରଖୁଥିଲେ ଦର୍ଶକଙ୍କୁ

କେନ୍ୟୁଜ୍(ବ୍ୟୁରୋ): ପୁଣି ଜଣେ ଓଡିଆ ହାସ୍ୟ ଅଭିନେତାଙ୍କ ମୃତ୍ୟୁ । ବିଭିନ୍ନ ସିରିଏଲ ଓ ଫିଲ୍ମ ଓ ମଞ୍ଚ ଅଭିନୟରେ ଅତି ନିଖୁଣ ହାସ୍ୟ ଅଭିନୟ କରି ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲେ ଅଭିନେତା ଜିମୂତ ପଟ୍ଟନାୟକ। ମାତ୍ର ୬୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡକ୍ତରଖାନାରେ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି।

ତେବେ ସେ  କିଛି ଦିନ ହେବ କରୋନାରେ  ଆକ୍ରାନ୍ତ ହୋଇ  ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା  ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.