Below header

କିଟ୍ ରେ ବର୍ଜ୍ୟ ପରିଚାଳନା ଉପରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର(କେନ୍ୟୁଜ୍‌) : କିଟ୍ ରେ ବର୍ଜ୍ୟ ପରିଚାଳନା ଉପରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠି ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ବିକାଶ ନିମନ୍ତେ ବର୍ଜ୍ୟ ପରିଚାଳନା ଉପରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ରବିବାର ଉଦ୍ଘାଟିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ଜାତୀୟ ପରିବେଶ ବିଜ୍ଞାନ ଏକାଡେମୀ, କିଟ୍ର ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଲଷ୍ଟର, ସିଏସଆଇଆର-ଆଇଏମ୍ଏମ୍ଟିି ଓ ସିପେଟ୍ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଡ. ସାମନ୍ତ କହିଛନ୍ତି, ବର୍ତ୍ତମାନ ସମୟରେ ବର୍ଜ୍ୟ ପରିଚାଳନା ହେଉଛି ଏକ ଜ୍ୱଳନ୍ତ ପ୍ରସଙ୍ଗ । ସ୍ଥାୟୀ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବର୍ଜ୍ୟ ପରିଚାଳନା ବୋଲି ସେ କହିଛନ୍ତି । ବର୍ଜ୍ୟ ପରିଚାଳନା ଏକ ବିଶ୍ୱ ପ୍ରସଙ୍ଗ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାରତୀୟ ତୈଳ ନିଗମର ମୁଖ୍ୟ ସାଧାରଣ ପରିଚାଳକ ଡ.ବି.ଏନ. ସାହୁ ଅଭିହିତ କରିଥିଲେ ।

ସେ କହିଛନ୍ତି, ଆଜି ବିଶ୍ୱର ସମସ୍ତେ ଏହାର ମୁକାବିଲା ପାଇଁ ମୁଣ୍ଡ ଖଟାଇଛନ୍ତି । ବର୍ତ୍ତମାନ ସମୟରେ ଏହି ବିଷୟର ଯଥେଷ୍ଟ ତାତ୍ପର୍ଯ୍ୟ ରହିଛି । ଜଳବାୟୁ ପରିବର୍ତ୍ତନ ଉପରେ ଏହାର ମଧ୍ୟ ପ୍ରଭାବ ରହିଛି । ତେଣୁ ବର୍ଜ୍ୟ ପରିଚାଳନା ପାଇଁ ଆମକୁ ନୂତନ ବୈଷୟିକ କୌଶଳ ବାହାର କରିବାକୁ ପଡିବ ବୋଲି ଡ. ସାହୁ କହିଛନ୍ତି ।

ନେସାର ଅଧ୍ୟକ୍ଷ ପ୍ରଫେସର ଜାଭେଦ୍ ଅହମ୍ମଦ୍ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ବର୍ଜ୍ୟ ପରିଚାଳନା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କିଟ୍ ଗବେଷଣା ଓ ବିକାଶ ବିଭାଗ ମହାନିର୍ଦ୍ଦେଶକ ତଥା ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟରର ଅଧ୍ୟକ୍ଷ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.