କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲରେ ସ୍ପେସାଲ୍ ଏଜୁକେସନ୍ ନିଡ୍ସ ଗ୍ଲୋବ୍ ଉଦ୍‌ଘାଟିତ

ଭୁବନେଶ୍ୱର(କେନ୍ୟୁଜ୍‌) : କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେସାଲ୍ ଏଜୁକେସନ୍ ନିଡ୍ସ ଗ୍ଲୋବ୍ ଉଦ୍ଘାଟିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଉପଚାରାତ୍ମକ ଚିକିତ୍ସା ସହ ଶିକ୍ଷା ପ୍ରଦାନ କରାଯିବ ।

ଆଜି ନ୍ୟାସ୍ନାଲ ସେଣ୍ଟର ଫର୍ ଅଟିଜିମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ମେରୀ ବରୁଆ, ପଶ୍ଚିମବଙ୍ଗ ଅଟିଜିମ୍ ସୋସାଇଟିର ପ୍ରତିଷ୍ଠାତା ନିର୍ଦ୍ଦେଶିକା ଇନ୍ଦ୍ରାଣୀ ବାସୁ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳଙ୍କ ଉପସ୍ଥିତିରେ ଏହି ବିଭାଗ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ମେରୀ ବରୁଆ କହିଛନ୍ତି, ଏସ୍ଇଏନ୍ ଗ୍ଲୋବ୍ ପ୍ରତିଷ୍ଠା କରି କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ ଏକ ଉଦାହରଣ ସୃଷ୍ଟି କରିଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ରେ ୪ଶହରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ କାର୍ଯ୍ୟ କରୁଥିବା ଗର୍ବ ଓ ଗୌରବର ବିଷୟ । ଦିବ୍ୟାଙ୍ଗଙ୍କ ପାଇଁ ଏଭଳି ଏକ ସ୍ୱତତନ୍ତ୍ର ବିଭାଗ ପ୍ରତିଷ୍ଠା କରିବାରେ କିଟ୍ର କ୍ଷମତା, ଭିତ୍ତିଭୂମି ଓ ପ୍ରଶାସନିକ ଇଚ୍ଛାଶକ୍ତି ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ସେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,ଏହି ବିଭାଗ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଶିଶୁଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହା ମାଧ୍ୟମରେ ବିଶ୍ୱକୁ ଅନ୍ତର୍ଭୁକ୍ତି କଣ ତାହା ଦେଖାଇ ଦିଆଯାଇପାରେ । କିଟ୍ ଓ କିସ ପ୍ରତିଷ୍ଠାତା ଡ.ସାମନ୍ତ କହିଛନ୍ତି, ଭାରତର ସମଗ୍ର ପୂର୍ବାଞ୍ଚଳରେ କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ ପ୍ରକୃତରେ କହିବାକୁ ଗଲେ ଅନ୍ତର୍ଜାତୀୟ । ଏହି ସ୍କୁଲ୍ ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଆସୁଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ ଆମେ ବ୍ୟବସ୍ଥିତ ଢଙ୍ଗରେ ଅନ୍ତର୍ଭୁକ୍ତି ନୀତି ଆପଣାଇବା ଯୋଗୁଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏଠାରେ ସୁବିଧାରେ ଶିକ୍ଷାଗ୍ରହଣ, କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି ।

କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ଏହି ବିଭାଗ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ ସର୍ବଦା ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସ୍ୱତନ୍ତ୍ର ଶିକ୍ଷା ଉପରେ ଗୁରୁତ୍ୱ ଦେଇଆସୁଛି । କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ଚେୟାରପର୍ସନ ଡ. ବଳ ସୂଚନା ଦେଇ କହିଛନ୍ତି,ଏହି ବିଭାଗରେ ପ୍ରାୟ ୭୦ ଜଣ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ୨୬ଜଣ ପ୍ରଫେସନାଲ୍ଙ୍କୁ ନିଯୁକ୍ତି ଦିଆଯାଇଛି ।

ଏମାନଙ୍କ ମଧ୍ୟରେ କେତେକ ଛାତ୍ରଛାତ୍ରୀଙ୍କ ପଢ଼ିବାରେ ସମସ୍ୟା ରହିଥିବା ବେଳେ ଆଉ କେତେକଙ୍କଠାରେ ପାଠ ପଢ଼ାରେ କମ୍ ଧ୍ୟାନ ଦେଇପାରିବା, ମାନସିକ ଅନଗ୍ରସର ଏବଂ ଅନ୍ୟ କେତେକଙ୍କ ଧୀଶକ୍ତିର ଅଭାବ ରହିଛି । ଏହି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଅକୁପେସନାଲ୍ ଥେରାପି, ସ୍ପିଚ୍ ଥେରାପି, ସ୍ପେସାଲ୍ ଏଜୁକେସନ୍, କଗ୍ନିଟିଭ ଥେରାପି, ବ୍ୟବହାରରେ ଉନ୍ନତି ଆଣିବା ଏବଂ ପରାମର୍ଶ ଦେବା ଆଦି ବ୍ୟବସ୍ଥା କରିଛୁ । ସ୍କୁଲ୍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.