Below header

ଅନୁଗୋଳ ଜରପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ସହ ଅଟୋର ମୁହାଁମୁହିଁ ଧକ୍କାରେ ୨ ମୃତ

ଅନୁଗୋଳ(କେନ୍ୟୁଜ୍):  ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରେ ଟ୍ରକ ସହ ଅଟୋ ଧକା ୨ ମୃତ। ୫୫ ନଂ ଜାତୀୟ ରାଜପଥ ମରାତିରା ନିକଟରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହୋଇଛି। ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀ ମୃତ। ଅଟୋଟି ମହିଧରପୁରରୁ ଦୁର୍ଗାପୁର ଆସୁଥିବା ସମୟରେ ଟ୍ରକ ସହ ଧକ୍କା ହୋଇଥିଲା।

ଅଟୋରେ ୩ ଜଣ ମହିଳା ଓ ଚାଳକଙ୍କୁ ମିଶାଇ ୨ ଜଣ ପୁରୁଷ ଥିଲେ। ମୃତ ବ୍ୟକ୍ତି ଦୁର୍ଗାପୁର ମହିଳା କାନ୍ତି ସାହୁ,ଅନ୍ୟ ଜଣେ ମୃତ ମହିଳା ଜରପଡା ଗ୍ରାମର କୋକିଳ ସାହୁ।ଅନ୍ୟ ଯାତ୍ରୀ ଗୁରୁତର ହୋଇ ପ୍ରଥମେ ଅନୁଗୋଳ ପରେ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.