ତିନି ଓଳା ଯାକ ମ୍ୟାଗି ବନାଇ ଖାଇବାକୁ ଦେଉଥିଲେ ସ୍ତ୍ରୀ, ବିରକ୍ତ ହୋଇ ଛାଡ଼ପତ୍ର ନେଇଗଲେ ସ୍ୱାମୀ

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ଏତେ ମଜ୍ଜି ଯାଉଛନ୍ତି ଯେ ସାଧାରଣ ଭାବେ ବଞ୍ଚିବାକୁ ସମୟ ହିଁ ପାଉ ନାହାନ୍ତି। ଆଉ ଯେଉଁ ଦମ୍ପତିଙ୍କର ସ୍ୱାମୀ ସ୍ତ୍ରୀ ଉଭୟ ଚାକିରିଆ, ସେମାନେ ତ ଯାହା ଯେମିତି ରୋଷେଇ କରି ଦେଇ କାମକୁ ଚାଲି ଯାଆନ୍ତି। କିଛି ସ୍ୱାମୀ-ସ୍ତ୍ରୀ ଉତ୍ତମ ବୁଝାମଣା ଯୋଗୁ ସାରା ଜୀବନ ଖୁସିରେ ବିତାନ୍ତି ତ ଆଉ କିଛି ଛୋଟ ଛୋଟ କଥାକୁ ନେଇ ପହଞ୍ଚିଯାଆନ୍ତି କୋର୍ଟ। ଏବେ ମହୀଶୂରରୁ ଆସିଛି ସେମତି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେଇଛନ୍ତି। ଆଉ ଏହାର କାରଣ ହେଉଛି ସ୍ତ୍ରୀ ତାଙ୍କୁ ସବୁବେଳେ ମ୍ୟାଗି ଖାଇବାକୁ ଦେଉଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କେବଳ ମ୍ୟାଗି ପାଇଁ ଏହି ଦମ୍ପତି ଛାଡ଼ପତ୍ର ନେଉଛନ୍ତି।
ରିପୋର୍ଟ ମୁତାବକ, ଜଜ୍ ଏମ୍ଏଲ୍ ରଘୁନାଥ ଶୁକ୍ରବାର ଏହି କେସ୍ର ଶୁଣାଣି କରିଛନ୍ତି। ଦମ୍ପତି ଏହି ଛୋଟ ଘଟଣା ପାଇଁ କୋର୍ଟଙ୍କ ସାହାରା ନେଇଛନ୍ତି। କୋର୍ଟଙ୍କୁ ସ୍ୱାମୀ କହିଛନ୍ତି, ତାଙ୍କ ସ୍ତ୍ରୀଙ୍କୁ ଖାଇବାରେ ମ୍ୟାଗି ବ୍ୟତୀତ ଆଉ କିଛି ତିଆରି କରି ଆସେ ନାହିଁ। ସେ ବ୍ରେକ୍ଫାଷ୍ଟରେ ବି ମ୍ୟାଗି ତିଆରି କରନ୍ତି, ଲଞ୍ଚ୍ରେ ବି ମ୍ୟାଗି ବନାନ୍ତି ଆଉ ରାତିରେ ଡିନରରେ ବି ମ୍ୟାଗି ତିଆରି କରି ଖାଇବାକୁ ଦିଅନ୍ତି। ଏମିତି କି ତାଙ୍କ ଘରେ ରାସନ୍ରେ କେବଳ ଇନ୍ଷ୍ଟାଣ୍ଟ ନୁଡଲ୍ସ ହିଁ କିଣାହୁଏ। ଏଣୁ ଜଜ୍ ଏହି କେସ୍ର ନାଁ ‘ମ୍ୟାଗି କେସ୍’ ରଖିଛନ୍ତି।
“The husband said his wife did not know how to prepare any food other than Maggi noodles. It was noodles for breakfast, lunch and dinner,” Principal district and sessions court judge ML Raghunath said naming it the ‘Maggi case’.https://t.co/Aff37vX1HE
— The New Indian Express (@NewIndianXpress) May 28, 2022
ତେବେ ଉଭୟଙ୍କ ଆପୋଷ ବୁଝାମଣାରେ ଛାଡ଼ପତ୍ର ହୋଇଛି। କିନ୍ତୁ କୋର୍ଟ ଏହି ମାମଲାକୁ ତୁଟାଇବାକୁ ବହୁ ଚେଷ୍ଟା କରିଥିଲେ। ଜଜ୍ କହିଥିଲେ, କୋର୍ଟରେ ପ୍ରଥମେ ଦମ୍ପତିଙ୍କୁ ଏକାଠି କରିବାକୁ ଚେଷ୍ଟା କରାଯାଏ। ଅନେକ ଲୋକ ପୁରୁଣା କଥାକୁ ଭୁଲି ପୁଣିଥରେ ନୂଆ ରୂପରେ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ କିଛି ଲୋକ ନିଜ ଜିଦ୍କୁ ଧରି ରଖି ସମ୍ପର୍କକୁ ତୁଟାଇବା ଉପରେ ଜୋର୍ ଦେଇଥାନ୍ତି। ଏହି ଦମ୍ପତି ମଧ୍ୟ ସେଭଳି ନିଜ ଜିଦ୍ଦିରେ ଅଟଳ ଥିଲେ। ଜଜ୍ କହିଥିଲେ, ୮୦୦-୯୦୦ କେସ୍ରୁ ୨୦-୩୦ଟି ମାମଲା କୋର୍ଟରେ ସମାଧାନ ହୋଇଯାଏ। କିନ୍ତୁ ବାକିରେ ଉଭୟ ପକ୍ଷ ସହମତି ପ୍ରକାଶ କରି ନଥାନ୍ତି।
Also Read: ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୁତି ଶର୍ମା, ଦେଖନ୍ତୁ ପୂରା ତାଲିକା