ଗାଡ଼ି ସାଇଡ୍ ମରାକୁ ନେଇ ମହିଳା ଡାକ୍ତରଙ୍କୁ ମାଡ ସହ ଦୁର୍ବ୍ୟବହାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର (କେନ୍ୟୁଜ୍): ଗାଡି ସାଇଡ଼ ମରାକୁ ନେଇ ଗଣ୍ଡଗୋଳ। ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ। ପୁରୀ କଟକ ରୋଡ଼ରେ ଘଟିଛି ଘଟଣା । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଯୁବକଙ୍କ ନାମ ବିଶ୍ୱଜିତ ସ୍ୱାଇଁ । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳର ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି। ଗିରଫ ଯୁବକଙ୍କ ନାମରେ 341,294,323,506,354,34 ଲାଗିଛି ଦଫା ।