ନିଆଁ ପୁଇଁ ହେଉଥିବାବେଳେ ଦଳିଦେଲା ହାତୀ, ଚାଲିଗଲା ୨ ଜୀବନ
ଘର ଅଗଣାରେ ନିଆଁ ପୁଇଁ ହେଉଥିବାବେଳେ ଏକ ଦନ୍ତା ହାତୀ ଆସି ଦଳି ଦେବାରୁ ଖୁଡି ଝିଆରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସୁରୁବାଲି କିସାନ ଓ ତାଙ୍କ ଝିଆରୀ ଖଇରି କିସାନ ।

ଦେବଗଡ଼ (କେନ୍ୟୁଜ): ପୁଣି ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ । ଦେବଗଡ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଟିପିରସିଂହା ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘର ଅଗଣାରେ ନିଆଁ ପୁଇଁ ହେଉଥିବାବେଳେ ଏକ ଦନ୍ତା ହାତୀ ଆସି ଦଳି ଦେବାରୁ ଖୁଡି ଝିଆରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସୁରୁବାଲି କିସାନ (୫୦) ଓ ତାଙ୍କ ଝିଆରୀ ଖଇରି କିସାନ(୩୬) ।