ବୌଦ୍ଧ କମଳପୁର ଛକ ନିକଟରେ ପୋଲିସ୍ ଗାଡ଼ିକୁ ପିଟିଲା ଟ୍ରକ୍: ଦୁଇ ମୃତ, ୨ଗୁରୁତର
ବୌଦ୍ଧ କମଳପୁର ଛକ ନିକଟରେ ଦୁର୍ଘଟଣା । ଟ୍ରକ୍-ବୋଲେରୋ ଧକ୍କାରେ ଦୁଇ ମୃତ, ଦୁଇ ଗୁରୁତର ।
![truck](https://knewsodisha.com/wp-content/uploads/2023/05/truck-1.jpg)
ବୌଦ୍ଧ(କେନ୍ୟୁଜ୍): ପୋଲିସ୍ ଗାଡ଼ିକୁ ପିଟିଲା ଟ୍ରକ୍। ବୌଦ୍ଧ କମଳପୁର ଛକ ନିକଟରେ ଦୁର୍ଘଟଣା । ଟ୍ରକ୍-ବୋଲେରୋ ଧକ୍କାରେ ଦୁଇ ମୃତ, ଦୁଇ ଗୁରୁତର । ଦୁର୍ଘଟଣାରେ ବାଉଁଶୁଣୀ ଥାନାର ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଜଗନ୍ନାଥ ମେହେର । ସେହିପରି ବୋଲେରୋ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଗୁରୁତରଙ୍କ ମଧ୍ୟରେ ଜଣେ ASI ଏବଂ ଜଣେ ହୋମଗାର୍ଡ ଅଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କଟକରୁ ଏକ ରେସ୍କ୍ୟୁ ଅପରେସନ ସାରି ବାଉଁଶୁଣି ଥାନାର ଟିମ୍ ବୋଲେରୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳ ପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋଟି ଓଲଟି ପଡ଼ିଥିଲା।