ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଯାଜପୁର ଫେରୁଥିବା ବେଳେ ଦୁର୍ଘଟଣା, ୧୦ ଆହତ

କଟକ କାଠଯୋଡ଼ି ପୋଲ ଉପରେ ଦୁର୍ଘଟଣା । ଟ୍ରାଭେଲର ଓ ଇନୋଭାକୁ ଧକ୍କା ଦେଲା ଟ୍ରକ। ଟ୍ରାଭେଲର ଗାଡ଼ିରେ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଶ୍ରଦ୍ଧାଳୁ ଯାଜପୁର ଫେରୁଥିବା ବେଳେ ଇନୋଭାଟି ମଧ୍ୟ ପୁରୀରୁ କଟକ ଚାଉଳିଆଗଞ୍ଜ ଆସୁଥିଲା । ଦୁର୍ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି ।

କଟକ(କେନ୍ୟୁଜ୍): କଟକ କାଠଯୋଡ଼ି ପୋଲ ଉପରେ ଦୁର୍ଘଟଣା । ଟ୍ରାଭେଲର ଓ ଇନୋଭାକୁ ଧକ୍କା ଦେଲା ଟ୍ରକ। ଟ୍ରାଭେଲର ଗାଡ଼ିରେ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଶ୍ରଦ୍ଧାଳୁ ଯାଜପୁର ଫେରୁଥିବା ବେଳେ ଇନୋଭାଟି ମଧ୍ୟ ପୁରୀରୁ କଟକ ଚାଉଳିଆଗଞ୍ଜ ଆସୁଥିଲା । ଦୁର୍ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରକଟି ଇନୋଭାକୁ ଓଭରଟେକ କରୁଥିବା ବେଳେ ପ୍ରଥମେ ଟ୍ରାଭେଲରକୁ ଧକ୍କା ଦେଇଥିଲା । ଏହା ପରେ ବାମ ପଟରେ ଥିବା ଇନୋଭାକୁ ମଧ୍ୟ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାପରେ ଟ୍ରାଭେଲରରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଦୀର୍ଘ ସମୟ ଧରି କାଠଯୋଡି ପୋଲ ଉପରେ ବସି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.