Below header

ବୌଦ୍ଧ: କୂଅ ଭିତରେ ପଡି ପ୍ରାଣ ହରାଇଲେ ୨ ଶ୍ରମିକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏକ କୂଅ ଭିତରେ ପଡି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ଜଣେ ହେଉଛନ୍ତି ୪୦ ବର୍ଷୀୟ ପ୍ରଫୁଲ୍ଲ ସାହୁ । ଅନ୍ୟ ଜଣେ ହେଲେ ୪୫ ବର୍ଷୀୟ ନିରଞ୍ଜନ ଭୋଇ । ଦୁହିଁଙ୍କ ମୃତ ଦେହ କୂଅ ଭିତରୁ ଠାବ ହୋଇଥିବା ବେଳେ ଦୁର୍ଘଟଣା ପଛର ପ୍ରକୃତ କାରଣ ଏଯାବତ ଜଣା ପଡିନାହିଁ । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.