Below header

ଠିକା କାମକୁ ନେଇ ଆନନ୍ଦପୁର ପୌରକାର୍ଯ୍ୟାଳୟରେ ତୁମୁଳ କାଣ୍ଡ ଘଟଣା: ପୌର କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଆନନ୍ଦପୁର: ଠିକା କାମକୁ ନେଇ ଆନନ୍ଦପୁର ପୌରପରିଷଦ ଠାରେ ଦୁଇ ବରିଷ୍ଠ ମହିଳା ଯନ୍ତ୍ରୀ ଓ ଜଣେ ପୁରୁଷ କନିଷ୍ଠ ଯନ୍ତ୍ରୀଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଗତକାଲିର ହାତାହାତୀ ଘଟଣା ପରେ ଏହି ଘଟଣା ଆଜି ନୂଆ ମୋଡ଼ ନେଇଛି। ଠିକା କାମ ସମ୍ପର୍କରେ ବୁଝିବାକୁ ଯାଇଥିବା ମହିଳା ମାନଙ୍କୁ ପ୍ରଥମେ ସମ୍ପୃକ୍ତ ଯନ୍ତ୍ରୀ ମାନେ ଦୁର୍ବ୍ୟବହାର କରିବା ସହ ଠେଲାପେଲା କରିଥିବା ନେଇ ମହିଳା ମାନେ ଅଭିଯୋଗ କରିଥିଲେ । ଫଳରେ ଏଭଳି କାଣ୍ଡ ଘଟିଥିଲା।

ଘଟଣାକୁ ବିରୋଧ କରି ଆଜି ପୌରସଂସ୍ଥା ର ସମସ୍ତ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି। ସମ୍ପୃକ୍ତ ମହିଳା ମାନଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୌରସଂସ୍ଥା ପକ୍ଷରୁ ଆନନ୍ଦପୁର ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଆନନ୍ଦପୁର ପୌର କାର୍ଯ୍ୟାଳୟଠାରେ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିଛନ୍ତି।

ANANADPUR-3ସେପଟେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଆନନ୍ଦପୁର ଥାନାରେ ପହଞ୍ଚି ଗତକାଲି ଘଟଣା ଉପରେ ଲିଖିତ ଏତଲା ଦାୟର କରିଛି। ପୋଲିସ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ପ୍ରତିନିଧି ଦଳ ସହ ଏସମ୍ପର୍କରେ ଆଲୋଚନା ଜାରି ରହିଛି। ସମ୍ପୂର୍ଣ୍ଣ ଘଟଣାର ଆପୋଷ ସମାଧାନ ପାଇଁ ପୋଲିସ ଉଦ୍ୟମ କରୁଥିବା ଭଳି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.