ଜନ୍ମ କଲା ମା’କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ନିଜ ଜନ୍ମ କଲା ମାଆକୁ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ । ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟ ରେ ମାଆକୁ ପିଟି ପିିଟି ହତ୍ୟା କରିଛନ୍ତି ୨ ନାବାଳକ ପୁଅ । ସୂତ୍ରରୁ ଜଣାଯାଇଛିଯେ ମୃତ ମହିଳାଙ୍କ ନାଁ ବିନୋଦିନି ମିଶ୍ର । ତାଙ୍କର ଦୁଇ ପୁଅ । ଏମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାଯାଇଛି । ପଚରାଉଚୁରାରୁ ଜଣାଯାଇଛିଯେ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’ ଓ ଦୁଇ ପୁଅଙ୍କ ଭିତରେ ବଚସା ହୋଇଥିଲା ।

ଏହାପରେ ରାଗରେ ଏକ ଲୁହା ରଡରେ ମା’ର ମୁଣ୍ଡକୁ ବାଡେଇଥିଲେ । ମହିଳା ଜଣକ ରକ୍ତ ଜୁଡୁବୁଡ ଅବସ୍ଥାରେ ଅଚେତ ହୋଇପଡିଥିଲେ । ହସପିଟାଲ ନେବାକୁ ଦୁଇ ପୁଅ ପଡିଶା ଘରକୁ ଜଣାଇଥିଲେ । ହେଲେ ପଡୋଶୀ ଘର ଆସିବା ବେଳକୁ ବିନୋଦିନିଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଘଟଣା ସ୍ଥଳରେ ଏୟାରଫିଲ୍ଡ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨ପୁଅଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.