ଗୁଗଲରେ ବଢିଆ EMI ଅଫର ଦେଖି କିଣିଥିଲେ ମୋବାଇଲ, ୯ ମାସ ହେଲା କରିଛନ୍ତି ଅପେକ୍ଷା

ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀଗୁଡିକ ଲୋକଙ୍କୁ EMIରେ ଜିନିଷ ବିକ୍ରି କରନ୍ତି । କିନ୍ତୁ ବର୍ତ୍ତମାନ ଏହି EMI ନାମରେ ଲୋକଙ୍କୁ ଲୁଟିବା କାମ ଆରମ୍ଭ ହୋଇଛି । କିଛି ଠକ ଲୋକ ନକଲି ୱେବସାଇଟ ବନାଇ ଭଲ କମ୍ପାନୀର ମୋବାଇଲ୍ / ଇଲେକ୍ଟ୍ରିକ୍ ସାମଗ୍ରୀକୁ EMIରେବିକ୍ରି କରିଥାନ୍ତି । ତେବେ ଗ୍ରାହକ ପ୍ରଥମ କିସ୍ତି ଦେଇ ଜିନିଷ ଅର୍ଡର କରିବା ମାତ୍ରେ ବଦମାସମାନେ ଟଙ୍କା ନେଇ ପଳାଇ ଯାଆନ୍ତି । ନିକଟରେ ଏଭଳି ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୋଲିସ ଠାବ କରିଛି ।

ଦିଲ୍ଲୀ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗୋବିନ୍ଦପୁରୀ ପୋଲିସ ଷ୍ଟେସନର ଇରଫାନ ପଠାନ ନାମକ ଜଣେ ବ୍ୟକ୍ତି ଜାନୁଆରୀ 9 ତାରିଖରେ ଏକ ୱେବସାଇଟରୁ ଇଏମଆଇ ଆଧାରରେ ଏକ ମୋବାଇଲ କିଣିଥିଲେ । କିନ୍ତୁ କିଣିବା ପରେ, ଏପର୍ଯ୍ୟନ୍ତ ନା ସେ ମୋବାଇଲ୍ ପାଇଛନ୍ତି ନା କମ୍ପାନୀ ତାଙ୍କୁ ଟଙ୍କା ଫେରସ୍ତ କରିଛି । ଯେଉଁ ମୋବାଇଲ୍ ନମ୍ବରରେ ଜିନିଷ କିଣିବା ନେଇ ସେ ଆଲୋଚନା କରିଥିଲେ ବର୍ତ୍ତମାନ ସେହି ନମ୍ବରରେ ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ ।

Scam Websites: What They Are & How to Avoid Them | Kaspersky

ଇରଫାନ୍ କହିଛନ୍ତି ଯେ ସେ ନୂଆ ବର୍ଷରେ ସେ ଏକ ମୋବାଇଲ୍ କିଣିବାକୁ ଚାହୁଁଥିଲେ । ଏଥିପାଇଁ ଯେତେବେଳେ ସେ ଗୁଗୁଲରେ ସର୍ଚ୍ଚ କରିବା ଆରମ୍ଭ କଲେ, ସେତେବେଳେ ସେ ମୋବିଲିଟି ଡଟ ୱାର୍ଲ୍ଡ ଡଟ ଇନ୍ ନାମକ ଏକ ୱେବସାଇଟ୍ ପାଇଲେ । ଯେଉଁଠାରେ ମୋବାଇଲ୍ ଉପରେ ଅଧିକ ଆକର୍ଷଣୀୟ ଅଫର୍ ଦିଆଯାଉଥିଲା । ଇରଫାନ୍ ନିଜ ପାଇଁ ଏକ ମୋବାଇଲ୍ ବୁକ୍ କରିଥିଲେ ଏବଂ କମ୍ପାନୀର ଚାହିଦା ଅନୁଯାୟୀ 1,499 ଟଙ୍କା ପ୍ରଥମେ ଦେଇଥିଲେ । ଏହା ପରେ ଚୋରମାନେ ବୁଝାମଣା ବାହାନାରେ ତାଙ୍କଠାରୁ 5,998 ଟଙ୍କା ଅଧିକ ନେଇଥିଲେ ଏବଂ ତାଙ୍କୁ ଶୀଘ୍ର ମୋବାଇଲ୍ ଡେ଼ଲିଭର କରିବେ ବୋଲି କହିଥିଲେ କିନ୍ତୁ ଅନେକଦିନ ବିତିଯାଇଥିଲେ ମଧ୍ୟ ସେ ମୋବାଇଲ୍ ପାଇନଥିଲେ। କମ୍ପାନୀର ଲୋକମାନେ ମଧ୍ୟ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ।

ଇରଫାନ ଖାନଙ୍କ ଏହି ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଯାଞ୍ଚ ପରେ ଉକ୍ତ ନମ୍ବରଟି ଗାଜିଆବାଦର ପ୍ରତାପବିହାରରେ ରହୁଥିବା ଜିତେନ୍ଦ୍ରଙ୍କର ବୋଲି ଜଣାପଡିଥିଲା ମିଳିଛି । ସେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଏକ ନକଲି ୱେବସାଇଟ୍ ତିଆରି କରି ଏହିପରି ଲୋକଙ୍କୁ ଠକୁଥିଲା । ପୋଲିସର ସୂଚନାନୁସାରେ, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା କାରବାର କରାଯାଇଥିଲା ଯେଉଁଥିପାଇଁ ପୋଲିସ ଅପରାଧୀମାନନ୍କୁ ସହଜରେ ଟ୍ରାକ୍ କରିପାରିଥିଲା । ତେବେ ଏହି ନକଲି ୱେବସାଇଟ୍ ମାଧ୍ୟମରେ ଠକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ଠକି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.