ମଝି ନଦୀରେ ଓଲଟିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି
ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ। ଦୁଇ ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଓରାପଦର ଗାଁର । ଆଜି ନାରିଙ୍ଗ ଝୋଲା ଗାଁ ରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନି ଜଣ ଫେରିବା ସମୟରେ ଓରାପଦର ପାଖରେ ଭାରସାମ୍ୟ ହରାଇ ମଝି ନଦୀରେ ଡଙ୍ଗା ବୁଡି ଯାଇଥିଲା।
ଏଥିରେ ଦୁଇ ନିଖୋଜ ଥିବା ବେଳେ ଜଣେ ପହଁରି ଓରାପଦର କୂଳରେ ପହଞ୍ଚି ଥିଲା। ଘଟଣା ସ୍ଥଳରେ ଗ୍ରାମବାସୀ ଓ ଯୋଡ଼ାମ୍ଭ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।