ସମ୍ବଲପୁରରୁ କଲରାପତରିଆ ବାଘ ଛାଲ ଜବତ, ୨ ଗିରଫ

କୁଚିଣ୍ଡା(କେନ୍ୟୁଜ୍): ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରିଆ ବାଘ ଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ବନ ବିଭାଗର ଚଢ଼ାଉ କରିଛି। ଏହି ଘଟଣାରେ ଜମନକିରା ବ୍ଲକ କୁତବ ଗ୍ରାମର କାଲିଚରଣ ଝାଙ୍କର(୫୦) ଓ ବାସୁଦେବ ଦେହୁରୀ(୫୦) କୁ ବନବିଭାଗ ଗିରଫ କରିବା ସହିତ ଗୋଟିଏ ଦେଢ ବର୍ଷ ବୟସର କଲରାପତରା ବାଘଛାଲ ,୬ଟି ଗୋଧି ଚମଡା ଓ ୩ଟି ଚଉସିଙ୍ଘା ମୁଣ୍ଡ ଜବତ କରିଛି।

କୌଣସି ସୂତ୍ରରୁ ଖବର ପାଇ ଡିଏଫଓ ଫାଲଗୁନି ସାରଥୀ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ କର୍ମଚାରୀ ୩ ଦିନ ଧରି ଏମାନଙ୍କ ସହିତ ବାଘଛାଲ କିଣିବା ପାଇଁ ମୂଳଚାଲ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.