ଅନୁଗୁଳ:କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା  ଟ୍ରଲର୍, ଦୁଇ ମୃତ

ଅନୁଗୁଳ(କେନ୍ୟୁଜ୍):  ଜରପଡ଼ା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।   ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା  ଟ୍ରଲର୍ । ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ଅନୁସାରେ  ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା ଭାଗିରଥିପୁର ନିକଟସ୍ଥ ନିଉ ତପୋବନ ଢାବା ସମ୍ମୁଖରେ   ୫ଟି କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ଭୋର ୫ ଟାରେ ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ (ନଂ- ଆରଜେ-୧୯-ଜିଜି-୦୦୩୯) ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ (ନଂ ଓଡ଼ି-୧୯-୩୭୯୭) ପଛରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ  ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.