ପୁଣି ଖାକିରେ ଦାଗ, ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଥାନାର ୨ ଅଧିକାରୀ

ପୁଣି ଖାକିରେ ଦାଗ । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୨ ପୋଲିସ ଅଧିକାରୀ । ଗତକାଲି ଜାମଦା ଥାନାର ହୋମଗାର୍ଡ ଦେବାନନ୍ଦ ପାତ୍ର ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଥାନାର ASI ଆନନ୍ଦ ମାଝୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।

ରାଇରଙ୍ଗପୁର : ପୁଣି ଖାକିରେ ଦାଗ । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୨ ପୋଲିସ ଅଧିକାରୀ । ଗତକାଲି ଜାମଦା ଥାନାର ହୋମଗାର୍ଡ ଦେବାନନ୍ଦ ପାତ୍ର ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଥାନାର ASI ଆନନ୍ଦ ମାଝୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଏଏସଆଇ ଆନନ୍ଦ ମାଝୀ ସ୍ତ୍ରୀର ମୃତ୍ୟୁ ପରେ ଯାମଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜ ଘରର ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ତାଙ୍କ ସନ୍ତାନମାନଙ୍କର ଯତ୍ନ ନେବା ପାଇଁ ସେ ୧୭ ବର୍ଷର ଜଣେ ନାବାଳିକା ଝିଅଟିକୁ ଘରେ ରଖିଥିଲେ। ନାବାଳିକାର ପିଉସୀ ଜଣକ ତାଙ୍କ ନାବାଳିକା ଝିଆରୀକୁ ଯାମଦା ଥାନାର କାର୍ଯ୍ୟରତ ଏଏସଆଇ ଆନନ୍ଦ ମାଝୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ କରିଥିଲେ।

ଏ ନେଇ ଯାମଦା ଥାନାରେ ଏକ ଏତଲା ଦେଇଥିଲେ ନାବାଳିକାର ପିଉସୀ। ଏତଲା ଗ୍ରହଣ କରିବା ପରେ ଯାମଦା ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିବା ସହିତ ଏଏସଆଇ ଆନନ୍ଦଙ୍କୁ ଗିରଫ କରିଥିଲେ। ଆଜି ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଆନନ୍ଦ ମାଝୀକୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଗତକାଲି ଗୁଣିଗାରେଡି କରିବା ଆଳରେ ଜାମଦା ଥାନାର ହୋମଗାର୍ଡ ଦେବାନନ୍ଦ ପାତ୍ର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା !