ଏସପ୍ଲାନେଡ଼ ମଲ ଆଗରୁ ଯୁବକଙ୍କୁ ଅପହରଣ, ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ

ଭୁବନେଶ୍ୱର ଏସପ୍ଲାନେଡ଼ ମଲ ଆଗରୁ ଯୁବକଙ୍କୁ ହୋଇଛି ଅପହରଣ। ଅପହୃତ ଯୁବକ ହେଲେ ପ୍ରିୟବ୍ରତ ସାହୁ । ସେ ଆନନ୍ଦପୁର,ବେଲବହାଳି ଗାଁ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ବୋଲି ଜଣା ଯାଇଛନ୍ତି ।

ଭୁବନେଶ୍ୱର : ଭୁବନେଶ୍ୱର ଏସପ୍ଲାନେଡ଼ ମଲ ଆଗରୁ ଯୁବକଙ୍କୁ ହୋଇଛି ଅପହରଣ। ଅପହୃତ ଯୁବକ ହେଲେ ପ୍ରିୟବ୍ରତ ସାହୁ । ସେ ଆନନ୍ଦପୁର,ବେଲବହାଳି ଗାଁ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ବୋଲି ଜଣା ଯାଇଛନ୍ତି । ଆଜି ସନ୍ଧ୍ୟାରେ ସାଙ୍ଗଙ୍କ ସହ ରଶୁଲଗଡରୁ ଏକ୍ସପ୍ଲାନେଡ଼ ଆସୁଥିଲେ ସେ ।

ଏହି ସମୟରେ କିଛି ଦୁର୍ବୃତ୍ତ ଏକ ଧଳା କାରରେ ଆସି ତାଙ୍କୁ ଉଠାଇ ନେଇଥିବା କହିଛନ୍ତି ସାଙ୍ଗମାନେ । ଉଠାଇ ନେବାର କାରଣ ଜଣା ପଡ଼ିନାହିଁ ବୋଲି କହିଛନ୍ତି ସାଙ୍ଗ ଲୋକନାଥ ସାହୁ । ଅପହୃତଙ୍କ ଜଣେ ସାଙ୍ଗ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.