ଗାଧୋଇବା ବେଳେ ଭାସିଗଲେ ଦୁଇ ଭଉଣୀ, ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ମିଳୁନି ପତ୍ତା

ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ସଂପର୍କୀୟ ଭଉଣୀ। ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ମିଳୁନି ପତ୍ତା । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାବୁରାମ ପାଟନାରେ ଅଘଟଣ ।

ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ସଂପର୍କୀୟ ଭଉଣୀ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିନି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାବୁରାମ ପାଟନାରେ ଅଘଟଣ । ଗୋବରୀ ନଦୀକୁ ଗାଧୋଇବା ବେଳେ ବାବୁରାମ ପାଟନାର ବାବାଜୀ ସାହୁ ଓ ତାଙ୍କ ଭାଇ ସନ୍ତୋଷ ସାହୁଙ୍କ ଦୁଇ ଝିଅ ଭାସିଯାଇଥିଲେ । ପରେ ସନ୍ତୋଷ ସାହୁଙ୍କ ଝିଅକୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । କିନ୍ତୁ ଏଯାଏ ବାବାଜୀ ସାହୁଙ୍କ ଝିଅ ନିଖୋଜ ରହିଛି । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.