ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ବାଇକ୍ ଷ୍ଟଣ୍ଟ ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । କଟକ ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଛାତ୍ର ବାଇକରୁ ପଡ଼ି ଜୀବନ ହାରିଛନ୍ତି।

ଚୌଦ୍ୱାର  : ବାଇକ୍ ଷ୍ଟଣ୍ଟ ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । କଟକ ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଛାତ୍ର ବାଇକରୁ ପଡ଼ି ଜୀବନ ହାରିଛନ୍ତି। ମାହାଙ୍ଗା ଥାନା ଅଞ୍ଚଳର ଦୁଇ ଛାତ୍ର ନିହାର ଚନ୍ଦ୍ର ପ୍ରଧାନ ଓ ସତ୍ୟବ୍ରତ ରାମ ଡ୍ରିମ୍ସ ୟୁନିର୍ଭସିଟିରୁ ପରୀକ୍ଷା ଦେଇ ବାଇକରେ ଦ୍ରୁତ ଗତିରେ ଯିବା ସହ ଷ୍ଟଣ୍ଟ ଦେଖୋଉଥିବା ବେଳେ ବାଇକରୁ ଖସିପଡ଼ିଥିଲେ ।

ଫଳରେ ଦୁଇ ଜଣଙ୍କ ମୁଣ୍ଡ ପିଚୁରେ ମାଡ଼ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ଡ୍ରିମ୍ସ ପଦ୍ମିନୀ ମେଡିକାଲକୁ ଅଣାଯାଇଥିଲା। ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଦୁଇଟିକୁ ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.