ହଠାତ ନଦୀରେ ମାଡ଼ି ଆସିଲା ବନ୍ୟା ପାଣି, ନାଗାବଳୀ ନଦୀ ମଝିରେ ଫସିଲେ ୨ ଯୁବକ

ମାଲକାନଗିରି(କେନ୍ୟୁଜ୍): ନଦୀରେ ମାଡ଼ି ଆସିଲା ପାଣି । ଫସିଗଲେ ପର୍ଯ୍ୟଟକ । ରାୟଗଡା ଜିଲ୍ଲା ନାଗାବଳୀ ନଦୀ ମଝିରେ ୨ ଜଣ ଫସିଯାଇଛନ୍ତି । ରାୟଗଡ଼ା ନିକଟ ଝୁଲା ପୋଲ ନିକଟରେ ହଠାତ ପାଣି ଆସିବାରୁ ସେମାନେ ଫସିଗଲେ ।

ପଥର ଉପରେ ଉଭୟ ପର୍ଯ୍ୟଟକ ରହିଛନ୍ତି । ଫସିଥିବା ଦୁଇ ଜଣ ହେଲେ କାଶୀପୁର ପୋଡାପୋଡି ଗାଁର ସୁନୀଲ ନାୟକ ଓ ସୁଧୀର ନାୟକ । ଏହି ଘଟଣା ପରେ ଉଦ୍ଧାର ପାଇଁ ସେଠାରେ ପହଞ୍ଚିଛନ୍ତି ଅଗ୍ନିଶମ ଅଧିକାରୀ । ସେମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.