Below header

ଯାଜପୁର: ରିୟନ୍ସ ଓ ଶ୍ରୀୟନ୍ସ ଦେଲେ ଯାଜପୁରକୁ ପୁଣି ଏକ ସଫଳତା, ଜାତୀୟ ପ୍ରତିଯୋଗିତାରେ ଓଡିଶା ତରଫରୁ ଖେଳିବାକୁ ମନୋନୀତ

ଯାଜପୁର (କେନ୍ୟୁଜ) : ଯାଜପୁରକୁ ମିଳିଛି ଦୁଇଟି ବଡ଼ ସଫଳତା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମର ମୃତ୍ୟୁଞ୍ଜୟ ଦାସ ଏବଂ ମାନସୀ ଦାସଙ୍କ ଯାଁଳା ପୁତ୍ର ଶ୍ରୀୟନ୍ସ ଓ ପ୍ରିୟନ୍ସ ଯଥାକ୍ରମେ ୧୪ ବର୍ଷ ରୁ କମ ଚେସ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ହୋଇ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚେସ ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ କୋଭିଡ କଟକଣା ପାଇଁ ଚଳିତ ବର୍ଷ ଘରୁ ଏହି ପ୍ରତିଯୋଗିତାରେ ଭାଗନେଇ ୪୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକେଇ ଏହି ବିରଳ ପ୍ରତିଭାର ଅଧିକାରୀ ହବା ସହ ବାରମ୍ବାର ଯାଜପୁରକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଭାରତ ତରଫରୁ ଶ୍ରୀୟନ୍ସ ଏବଂ ପ୍ରିୟନ୍ସ ପ୍ରତିନିଧିତ୍ୱ କରିସାରିଛନ୍ତି ।

୨୦୧୬ ମସିହାରେ ମଙ୍ଗୋଲିଆ ବିଶ୍ୱ ଚେସ ପ୍ରତିଯୋଗିତା, ୨୦୧୭ ମସିହାରେ ତାସକେଣ୍ଟରେ ଅନୁଷ୍ଠିତ ଏସୀୟ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପଦକ ଭାରତ ପାଇଁ ଆଣି ସାରିଛନ୍ତି । ପ୍ରିୟନ୍ସ ଏବଂ ଶ୍ରୀୟନ୍ସଙ୍କୁ ଏହି ସଫଳତା ମିଳିଥିବାରୁ ପରିବାର ଏବଂ ଶୁଭେଚ୍ଛୁଙ୍କୁ ଖୁସି ଆଣିଦେଇଛି । ପ୍ରତିଭାବାନ ଦୁଇ ପୁଅଙ୍କୁ ଚେସ ଖେଳିବା ପାଇଁ ଏବଂ ଆଗକୁ ବଢ଼ାଇବା ପାଇଁ ପରିବାରର ଆର୍ଥିକ ସାମର୍ଥ୍ୟ ବାଧକ ସାଜିଛି । ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ପ୍ରତିଯୋଗିତରେ ଭାଗ ନେବା ତଥା ପ୍ରଶିକ୍ଷଣ ନେବା ବ୍ୟୟବହୁଳ ହେଉଛି ।

jajpur 1

ଏ ନେଇ ବାରମ୍ବାର ପ୍ରଶାସନ ନିକଟକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁବିଧା ମିଳିପାରି ନଥିବାରୁ ଏହି ଦୁଇ ପ୍ରତିଭାବାନ ଚେସ ଖେଳାଳିଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବାର ଆଶଂକା ଦେଖାଯାଉଛି ବୋଲି ତାଙ୍କ ମା ମାନସୀ ଦାସ ଦୁଃଖର ସହ ଜଣାଇଛନ୍ତି । ଯଦି ଏହି ଦୁଇ ଭାଇଙ୍କୁ ସରକାର ଠିକ ଭାବରେ ପ୍ରଶିକ୍ଷଣ ଦେବେ ତେବେ ନିଶ୍ଚିତ ଭାବରେ ବିଶ୍ୱ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପଦକ ଆଣିପାରିବେ ବୋଲି ଆଶା ପ୍ରକଟ କରିଛନ୍ତି ପରିବାରଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.