ଆଇଏଏସ୍‌ ତିଆରି କରିବେ ସୋନୁ ସୁଦ, ଘୋଷଣା କଲେ ଆଏଏସ୍‌ କୋଚିଂ ସ୍କଲାରସିପ୍‌

ସୋନୁ ସୁଦ ମେଧାବୀ ଛାତ୍ରଙ୍କ ପାଇଁ ଲଞ୍ଚ୍‌ କରିବାକୁ ଚାହୁଁଛନ୍ତି ଆଇଏଏସ୍‌ କୋଚିଂ ସ୍କଲାରସିପ୍‌ ‘ସମ୍ଭବମ୍‌’ । ଏହାଦ୍ୱାରା ଜଣେ ମେଧାବୀ ଛାତ୍ର ଅର୍ଥ ଅଭାବରୁ ଆଇଏଏସ୍‌ ହେବା ଲକ୍ଷ୍ୟରୁ ବଞ୍ଚିତ ହେଉଥିଲେ ଉପକୃତ ହୋଇପାରିବେ । ସୋନୁ ସୁଦ ନିଜେ ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ଏପରି ସୂଚନା ଦେଇଛନ୍ତି ।

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଦାତା ପଣିଆ ସମ୍ପର୍କରେ କିଏ ବା ନଜାଣେ । କରୋନା ଲକ୍‌ଡାଉନ ସମୟରେ ଦେବ ଦୂତ ହୋଇ ଠିଆ ହୋଇଥିଲେ ଦୁଃଖୀ ଲୋକଙ୍କ ପାଖରେ । ଲକ୍‌ଡାଉନରେ ଅଟକି ରହିଥିବା ଲୋକଙ୍କୁ ଆଣି ଘରେ ଛାଡ଼ିଥିଲେ ତ କେଉଁଠି ଅଭାବୀ ଲୋକର ମେଡିକାଲ ଖର୍ଚ୍ଚ ବହନ କଲେ ।


ଏବେ ସେ ମେଧାବୀ ଛାତ୍ରଙ୍କ ପାଇଁ ଲଞ୍ଚ୍‌ କରିବାକୁ ଚାହୁଁଛନ୍ତି ଆଇଏଏସ୍‌ କୋଚିଂ ସ୍କଲାରସିପ୍‌ ‘ସମ୍ଭବମ୍‌’ । ଏହାଦ୍ୱାରା ଜଣେ ମେଧାବୀ ଛାତ୍ର ଅର୍ଥ ଅଭାବରୁ ଆଇଏଏସ୍‌ ହେବା ଲକ୍ଷ୍ୟରୁ ବଞ୍ଚିତ ହେଉଥିଲେ ଉପକୃତ ହୋଇପାରିବେ । ଆଇଏଏସ୍‌ ହେବା ପାଇଁ ଇଚ୍ଛୁକ ଛାତ୍ରଙ୍କୁ ସୋନୁ ସୁଦଙ୍କ ଏହି ସଂସ୍ଥା ଆର୍ଥିକ ସହାୟତା ଦେବ ।

ସୋନୁ ସୁଦ ନିଜେ ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ଏପରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ‘କରନି ହେ ଆଇଏଏସ୍‌ କି ତୟାରୀ, ହମ୍‌ ଲେଙ୍ଗେ ଆପ୍‌କି ଜିମ୍ମେଦାରୀ ।’ ଏହି ଆଇଏଏସ୍‌ କୋଚିଂ ସ୍କଲାରସିପ ଆବେଦନ ପାଇଁ ଶେଷ ତାରିଖ ରଖାଯାଇଛି ୩୦ ଜୁନ୍‌ ୨୦୨୧ । ଏ ସମ୍ପର୍କରେ ବିଶେଷ ଜାଣିବା ପାଇଁ soodcharityfoundation.org ଲଗ୍‌ ଇନ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.