ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଘରୋଇ ଟିପ୍ସ

ବହୁତ ଲୋକଙ୍କ ସ୍ମରଣ ଶକ୍ତି କମ୍‌ ଥାଏ । ଅଧିକ ସମୟ ପର୍ଯ୍ୟନ୍ତ ଏମାନେ କୌଣସି କଥାକୁ ମନେ ରଖି ପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ବହୁତ କଥା ଶୁଣିବାକୁ ପଡ଼ିଥାଏ । ଯଦି ଆପଣ ନିଜର ସ୍ମରଣ ଶକ୍ତି ବଢ଼ାଇବାକୁ ଚାହଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ । ଯାହାଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବ । ଏହି ଟିପ୍ସ ବିଶେଷକରି ପଢ଼ୁଥିବା ପିଲାଙ୍କ ପାଇଁ ବେଶ ଉପାଦେୟ ହେବ ।

memory
photo credit: johns hopkins medicine

ମସ୍ତିସ୍କ ପାଇଁ ଲାଭକାରୀ ଅଖରୋଟ :

ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ଆମେ ନଟ୍ସର ସେବନ କରିବା ଜରୁରୀ । ଏଥିପାଇଁ ରାତିରେ ଅଖରୋଟକୁ ଭିଜାଇ ଦିଅନ୍ତୁ । ସକାଳୁ ଉଠି କରି ଏହର ଚୋପା ଛଡ଼ାଇ ଖାଆନ୍ତୁ । ଏଥି ସହିତ ବାଦାମ ବି ରାତିରେ ଭିଜେଇ ରଖିପାରିବେ । ସକାଳୁ ଏହାକୁ ଦୁଧ ସହ ଖାଇଲେ ମଧ୍ୟ ସ୍ମରଣ ଶକ୍ତି ବଢ଼ିବ ।

ଅଣ୍ଡା ଓ ମାଛ ଖାଆନ୍ତୁ :

ଅଣ୍ଡାରେ କେତେ ପ୍ରକାର ପୋଷକ ତତ୍ତ୍ୱ ଓ ମିନେରାଲ୍ସ ମିଳିଥାଏ । ଯାହାକି ମସ୍ତିସ୍କକୁ ପ୍ରଖର କରିବାରେ ସହାୟକ ହେବ । ଏଥିରେ ଭିଟାମିନ ବି-୬ ଓ ବି-୧୨ ସହ ଓମେଗା ୩ ଫ୍ୟାଟି ଏସିଡ୍‌ ମଧ୍ୟ ରହିଥାଏ । ଯାହାକି ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ହଳଦୀ ସେବନ କରନ୍ତୁ :

ହଳଦୀର ସେବନ ଶରୀର ପାଇଁ ବହୁତ ଲାଭଦାୟକ । ଏଥିରେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ରହିଛି । ତେଣୁ ଦୁଧ ସହ ହଳଦୀର ସେବନ ମସ୍ତିସ୍କ ପାଇଁ ବହୁତ ଫାଇଦା ଦେଇଥାଏ । ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ବ୍ରୋକୋଲି ଓ ଡାର୍କ ଚକୋଲେଟ :

ବ୍ରୋକୋଲି ଭିଟମିନ କେ ସହ ଅନେକ ପୋଷକ ତତ୍ତ୍ୱରେ ଭରପୁର ହେତୁ ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ମସ୍ତିସ୍କ ଶକ୍ତିକୁ ବୃଦ୍ଧି କରିଥାଏ । ସେହିପରି ଡାର୍କ ଚକୋଲେଟ ହାର୍ଟ ଓ ମସ୍ତ୍‍ିସ୍କ ପାଇଁ ବହୁତ କାମ କରିଥାଏ । କାରଣ ଏଥିରେ କେଫିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହା ସ୍ମରଣ ଶକ୍ତିକୁ ଦୃଢ଼ କରିଥାଏ । ଚକୋଲେଟ ଶରୀରକୁ ବହୁତ ଶକ୍ତି ମଧ୍ୟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.