କେରାଣ୍ଡିମାଳ ଘାଟୀରେ ଓଲଟିଲା ବସ : ୨୦ ରୁ ଉର୍ଦ୍ଧ୍ଵ ଆହତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର କେରାଣ୍ଡିମାଳ ପର୍ବତରେ ଥିବା ବାଙ୍କେଶ୍ବରୀ ଶକ୍ତି ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ଘାଟୀରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ହେଲା ଦୁର୍ଘଟଣାଗ୍ରସ୍ତ l

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର କେରାଣ୍ଡିମାଳ ପର୍ବତରେ ଥିବା ବାଙ୍କେଶ୍ବରୀ ଶକ୍ତି ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ଘାଟୀରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ହେଲା ଦୁର୍ଘଟଣାଗ୍ରସ୍ତ l ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି l  ପାତ୍ରପୁର ବ୍ଲକ ତୁରୁବୁଡି ପଂଚାୟତ ଝଗଡାପଲ୍ଲୀରୁ  ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ପିକ ଅପ ଭ୍ୟାନ ସକାଳେ ବାଙ୍କେଶ୍ବରୀକୁ ଯାଇଥିଲା l

ଦର୍ଶନ ସାରି ଅପରାହ୍ନ ସାଢେ ପାଞ୍ଚଟା ବେଳେ  ଫେରୁଥିବା ବେଳେ ଘାଟୀରେ ବ୍ରେକ ଫେଲ ହୋଇଯିବାରୁ ଘାଟୀ ପାର୍ଶ୍ୱକୁ ଓଲଟି ପଡିଥିଲା ଭ୍ୟାନ୍ l ଖବର ପାଇଁ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.